ବିବେକାନନ୍ଦ ସଂସ୍କୃତି ମେଳାରେ ଦୁଇ ଯୁବ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଯୁବ ଦିବସ ଅବସରରେ ବ୍ରହ୍ମପୁର ଦ୍ୱାରିକାନଗରସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟ ଖେଳ ପଡିଆ ଠାରେ "ବିବେକାନନ୍ଦ ସଂସ୍କୃତି ମେଳା -୨୦୨୫’ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଛି। ଏହାର ଦ୍ୱିତୀୟ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ପବିତ୍ର ଜନ୍ମ ଜୟନ୍ତୀରେ ଗଞ୍ଜାମର ୨୨ବ୍ଲକର ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷା ମିତ୍ର ତଥା ବିବେକାନନ୍ଦ ସମ୍ମାନ ପ୍ରଦାନ କରାଯାଇଛି। ଭଞ୍ଜନଗର ବ୍ଲକରୁ ଶିକ୍ଷୟତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ଏବଂ କଳ୍ପନା କୁମାରୀ ପ୍ରଧାନଙ୍କୁ ବିବେକାନନ୍ଦ ସମ୍ମାନ ଓ ଶିକ୍ଷା ମିତ୍ର ସମ୍ମାନରେ ସମ୍ମାନିତ ହେବାର ଅପୂର୍ବ ସୁଯୋଗ ଲାଭ କରିଛନ୍ତି। ପ୍ରକାଶ ଥାଉକି ଉଭୟ ଶିକ୍ଷୟିତ୍ରୀ ଏକାଧାରରେ ଜଣେ ଜଣେ କବୀ, ମଞ୍ଚ ପରିଚାଳକ, ସମାଜସେବୀ, ରକ୍ତଦାତା ଏବଂ ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବରେ ଜନ ସମାଜରେ ବେଶ ଜଣାଶୁଣା। ଏ ଅବସରରେ ଦୁହେଁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସମ୍ମାନ ପ୍ରାପ୍ତ ସମୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଖଲ୍ଲିକୋଟର ଶିକ୍ଷକ ପ୍ରଶିକ୍ଷିକା ଜୟନ୍ତୀ ବେହେରା, ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ମହାନସଂଘର ସୁଶାନ୍ତ କୁମାର ସାବତଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post