ହିଞ୍ଜିଳି ରେ ବିଜେପି ଛାଡି ବିଜେଡିରେ ମିଶିଲେ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ହିଞ୍ଜିଳିକାଟୁ  :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡ଼ା ପଞ୍ଚାୟତ ର ସରପଞ୍ଚ ଙ୍କ ନେତୃତ୍ଵ ରେ ଗ୍ରାମ ପଞ୍ଚାୟତ ବହୁ ବିଜେପି କର୍ମୀ ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳ ରେ ମିଶିଛନ୍ତି। ସୂଚନା ଅନୁସାରେ ଗତ ସାଧାରଣ ନିର୍ବାଚନ ପରେ ବୁରୁପଡ଼ା ପଞ୍ଚାୟତ ସରପଞ୍ଚ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟି ଓଡିଶା ରେ ପ୍ରଥମ କରି ସରକାର ଗଠନ କରିବା ପରେ ବିଜେପି ରେ ମିଶିଥିଲେ। ସରକାର ଗଠନ ର ୭ମାସ ପରେ ମଧ୍ୟ ନିର୍ବାଚନ ରେ ପ୍ରତିଶ୍ରୁତି ପାଳନ କରିବା ରେ ବିଫଳ। ଦରଦାମ ଆକାଶ ଛୁଆଁ, କୃଷି ମାରଣା ନୀତି ,ବେକାର ଯୁବକ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ  ବିକାଶ କାର୍ଯ୍ୟ ଠପ୍,ବିଜେପି ରେ ଗୋଷ୍ଠୀ ବିବାଦ, ହିଞ୍ଜିଳି ବିଜେପି ରେ ଦୁର୍ନିତି ଗ୍ରସ୍ତ ବ୍ୟକ୍ତି ଙ୍କୁ ଦାୟିତ୍ଵ କୁ ଦେବା ଓ ଏକଛାତ୍ର କୁ ବିରୋଧ କରି ବୁରୁପଡ଼ା ପଞ୍ଚାୟତ ର ସରପଞ୍ଚ ଓ ବହୁ ସମର୍ଥକ ବିଜେପି ରୁ ଇସ୍ତପା ଦେଇ ବିଜେଡି ସଭାପତି ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସରପଞ୍ଚ ସନ୍ତୋଷୀ ବେହେରା,ନାଏବ ସରପଞ୍ଚ ରଞ୍ଜନ ସ୍ୱାଇଁ, ୱାର୍ଡ ସଭ୍ୟ ସମର୍ଥକ ମାନେ ଶଙ୍ଖ ଭବନ ଠାରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତ ରାୟ ଙ୍କ ଉପସ୍ଥିତ ରେ ମିଶିଥିଲେ। ପରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ନେତୃତ୍ଵ ରେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକ ଙ୍କ ସହିତ ସାକ୍ଷାତ କରି ଆଶ୍ରିବାଦ ନେଇଥିଲେ। ଆଜି ର ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ହିଞ୍ଜିଳି ବିଧାୟକ ଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଲକ୍ ବିଜେଡି ସଭାପତି ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଧାୟକ ଙ୍କ ବ୍ଲକ୍ ପ୍ରତିନିଧି ଏନ ସୁଦର୍ଶନ, ଛାତ୍ର ବିଜେଡ଼ି ସଭାପତି ଅନିଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post