ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।


ମାଲକାନଗିରି ମୋ ନିୟୁଜ ଓଡିଶା ୦3/୦୧(ସତ୍ୟ ନାରାୟଣ ଦାଶ) ମାଲକାନଗିରି ଜିଲ୍ଲା ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l "ଜାନକାରି ବନାୟିଏ-ସତର୍କ ରହିଏ" ଏହି ନାରାକୁ ଦେଇ ଛାତ୍ରଛାତ୍ରୀଙ୍କ ଭଳି କୋମଳ ବୟସରୁ ପିଲାମାନେ କିପରି ଆର୍ଥିକ ସ୍ଥିତିକୁ ସୁଦୃଢ କରିବେ ସେଥିପାଇଁ ସଞ୍ଚୟ ବିନିଯୋଗ ଆଦି ବହୁ ବିଷୟ ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମଟିରେ ଦୁଇ ଶହ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସଞ୍ଚୟ ବିନିଯୋଗ ଆଦି ବହୁ ଦିଗରେ ଜ୍ଞାନ ଲାଭ କରି ଆନନ୍ଦିତ ହୋଇଥିଲେ l ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି, ଅଧ୍ୟକ୍ଷ, ଶ୍ରୀ ଅରବିନ୍ଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ରୂପେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରରୁ ଆଗତ ନୀଳାଞ୍ଚଳ ସୁବୁଦ୍ଧି, ମୁଖ୍ୟବକ୍ତା ରୂପେ ଚକ୍ରଧର ନାଏକ (ଏଲ୍.ଡି.ମ୍ ,ଏସ୍.ବି. ଆଇ, ମାଲକାନଗିରି ), ସମ୍ମାନିତ ଅତିଥି ରୂପେ ହୀରାନାଥ ପଣ୍ଡା (ଏଫ୍.ଏଲ୍.ସି, ଏସ୍.ବି.ଆଇ, ମାଲକାନଗିରି ) ଏବଂ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ଯୋଗଦେଇଥିଲେ l ବିଦ୍ୟାଳୟର ଇଂରାଜୀ ଶିକ୍ଷୟତ୍ରୀ ଅନ୍ଵେଷା ଭରଦ୍ୱାଜ କାର୍ଯ୍ୟକ୍ରମଟିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବିଦ୍ୟାଳୟର କଳା ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ କର୍ମକର୍ତ୍ତାଙ୍କ ତରଫରୁ ପିଲାମାନଙ୍କୁ ନୋଟବୁକ୍, ପେନ୍ ପ୍ରଦାନ କରାଯାଇଥିଲା l

Post a Comment

Previous Post Next Post