(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଟାଟା କମ୍ପାନୀରେ ଚାକିରି ନାଁରେ ଟଙ୍କା ଠକେଇ ଅଭିଯୋଗରେ ମଙ୍ଗଳବାର ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପ-ପୁଅଙ୍କ ୫ ଟି ମାମଲାରେ ବୟାନ ରେକର୍ଡ ହୋଇଥିଲା । ୨୨୨୫/୨୦ ଗୋଳନ୍ଥରା ଥାନାରେ ଲକ୍ଷ୍ମୀଧର ନାୟକ ଏବଂ ୫୧୧/୨୧ ବୈଦ୍ୟନାଥପୁର ଥାନାରେ ପୋଲିସ କର୍ମଚାରୀ କାର୍ତ୍ତିକ ପ୍ରଧାନ ଦୁଇ ଜଣ ଅଭିଯୋଗ କରିଥିଲେ । ତେବେ ମଙ୍ଗଳବାର ଦୁଇଟି ମାମଲାରେ ରାୟ ପ୍ରକାଶ ହୋଇଛି ଏବଂ ତିନି ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଜେଏମଏଫସି ଗ୍ରାମାଞ୍ଚଳ ସ୍ୱତନ୍ତ୍ର ବିଧାୟକ, ସାଂସଦ କୋର୍ଟ ଏହି ରାୟ ପ୍ରକାଶ କରିଥିଲେ। ରାୟ ପ୍ରକାଶ ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ନିଜର ପ୍ରତିକ୍ରିୟା ରଖିଥିଲେ। ସେମାନେ କହିଛନ୍ତି, ଆମକୁ ଅଶ୍ୱସ୍ତି ମିଳିଛି ଓ ନ୍ୟାୟର ବିଜୟ ହୋଇଛି। ପୂର୍ଵ ସରକାର ଅମଳରେ ମିଥ୍ୟା ମାମଲା ଲଗାଇ ଆମ ନାମରେ ଆରୋପ ଅଣାଯାଇଥିଲା। ପୂର୍ବ ସରକାର ରାଜନୈତିକ ଅଭିସନ୍ଧି ରଖି ବଦନାମ କରିବା ପାଇଁ ପ୍ରୟାସ କରିଥିଲେ ବୋଲି ସାଂସଦ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଆଜି ଦୁଇଟି ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇବ ବୋଲି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।


