କୁଇ ସମାଜ ଯୁବପରିଷଦ ପ୍ରଥମ ବାର୍ଷିକ ଆଦିବାସି ଫୁଟବଲ୍ କପ୍ ।

କନ୍ଧମାଳ:  ମୋ ନିୟୁଜ ଓଡିଶା ୧୭/୦୧/୨୦୨୫

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

କନ୍ଧମାଳ ଜିଲ୍ଲା କେରୋନେସନ ଗ୍ରାଉଣ୍ଡ ରେ ଆଜି ପ୍ରଥମ ବାର୍ଷିକ ଆଦିବାସି ଫୁଟବଲ୍ କପ୍ କୁଇ-କ୍ରିଡ଼ା ସଭାପତି ଶ୍ରୀ  ସୁଜିତ୍ ମଲ୍ଲିକ ଙ୍କ ନେତୃତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର କୁଇ ଯୁବକ ଯୁବତୀ ମାନଙ୍କର ଏକତା ଓ ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବା ସହିତ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ କନ୍ଧମାଳ ଜିଲ୍ଲାର କୁଇ ସମାଜ ଯୁବପରିଷଦ ତରଫରୁ ଫୁଲବାଣୀ କରେନେସନ ପଡ଼ିଆରେ ଏକ ଜିଲ୍ଲା ସ୍ତରୀୟ ଆଦିବାସୀ ଫୁଟବଲ କପ୍ ପ୍ରତିଯୋଗିତା କରାଯାଇଛି  । ଏହି ଫୁଟବଲ୍ ପ୍ରତିଯୋଗିତରେ ବାରଗୋଟି ବ୍ଲକ୍ ରୁ ବାରଟି ଆଦିବାସି ଟିମ୍ ଭାଗ ନେଇଛନ୍ତି ।ପ୍ରତିଯୋଗିତା ଟି ୧୭ ତାରିଖ ରୁ ଆରମ୍ଭ ହୋଇ ୧୯ ତାରିଖ ଦୀର୍ଘ ତିନି ଦିନ ଧରି ଅନୁଷ୍ଠିତ ହେବ । ପ୍ରତିଯୋଗିତାର ଉଦ୍ ଘାଟନି ଦିବସ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଉଦ୍ ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ କନ୍ଧମାଳ  ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର , କୁଇ ସମାଜ ସେବା ସମିତି ଉପସଭାପତି ରମାକାନ୍ତ ମଲିକ, ସମ୍ପାଦକ ଅବନୀ କୁମାର କହଁର, ମୁଖ୍ୟ ସଭ୍ୟ ଗୈାତମ ପ୍ରଧାନ,ଆଞ୍ଚଳିକ କୁଇକୁଳ ଉପଶାଖା, ସାରଙ୍ଗଡ ସଭାପତି ଶ୍ରୀ ନିରାକାର ପ୍ରଧାନ,ଫୁଲବାଣୀ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ପ୍ରମୁଖ ଯୋଗଦେଇଥିବା ବେଳେ ମଞ୍ଚ ପରିଚାଳନା କୁଇ ସମାଜ ଯୁବକ୍ରିଡ଼ା ସମ୍ପାଦକ ଶ୍ରୀ ରଘୁପତି କହଁର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବପରିଷଦ ସଭାପତି ଶ୍ରୀ ଦେବାଶିଷ କହଁର, ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀ,ସାଂସ୍କୃତିକ ସମ୍ପାଦକ ଶ୍ରୀ ବିରେନ୍ଦ୍ର କହଁର, ଗୋଛାପଡ଼ା ଶାଖା ଯୁଗ୍ମ ସମ୍ପାଦକ ଶ୍ରୀ ଅର୍ଜୁନ କହଁର, ଉପ ସଭାପତି ଆଲୋକ କହଁର ଜିଲ୍ଲା ଯୁବ ସଂଯୋଜକ ଗୋଲକ ବିହାରୀ କହଁର, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର,ଟିଟ୍ରାପଙ୍ଗା ସରପଞ୍ଚ ଶ୍ରୀ ସଂଜୀବ ଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ  ।

Post a Comment

Previous Post Next Post