ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର  ମୋ ନିୟୁଜ ଓଡିଶା : ସ୍ଥାନୀୟ ଗୁଡ୍ସ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ  ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି  । ଏହି ପବିତ୍ର ଦିବସରେ ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର , ସମ୍ପାଦିକା  ଅନୀତା କୁମାରୀ ପାଢି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ଯୋଗଦେଇ ପତକା ଉତ୍ତୋଳନ କଲେ ଏବଂ ମହାପୁରୁଷଙ୍କ  ଫୋଟଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ  । ଏହି ପବିତ୍ର ଦିବସରେ ବିଦ୍ୟାଳୟ ତରଫରୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଶିକ୍ଷୟିତ୍ରୀ ଗ୍ରୁପ ୧ ଶିକ୍ଷୟିତ୍ରୀ ରିତା ଦାସ, ଗ୍ରୁପ ୨ ଶିକ୍ଷୟିତ୍ରୀ 

ସରିତା ସିଙ୍ଗ୍, ଗ୍ରୁପ ୩ ଶିକ୍ଷୟିତ୍ରୀ ମାମି ଜେନା , ଗ୍ରୁପ ୪ ଶିକ୍ଷୟିତ୍ରୀ ଚୁମୁକି ପାତ୍ର , ଗ୍ରୁପ ୫ ଶିକ୍ଷୟିତ୍ରୀ ସୁଜାତା ଚୌଧୁରୀ ,ଗ୍ରୁପ ୬ ଶିକ୍ଷୟିତ୍ରୀ କିରନ ଅଗ୍ରୱାଲ,କ୍ଷାତି ପାତ୍ର, ଶ୍ରଦ୍ଧାମୟୀ ରଥ ଏବଂ ଶିକ୍ଷକ ସନ୍ତୋଷ କୁମାର ମହାନ୍ତିଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରାୟଣ ଏବଂ ଉପଢୌକନ ଦେଇ       ସମ୍ବର୍ଦ୍ଧିତ କରାଗଲା  । ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଗଲା  । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ  ।

Post a Comment

Previous Post Next Post