ବ୍ରହ୍ମପୁର ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ୭୬ ତମ ଗଣତନ୍ତ୍ର ଦିବସ ମହାଆଡମ୍ବର ରେ ପାଳିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ  ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ୭୬ ତମ  ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ନିର୍ଦେଶକ ଈଂ . ଅଶୋକ କୁମାର ପାଳ ସଭାପତିତ୍ବ କରି ସ୍ବାଗତ ଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଜନତା ପାର୍ଟି ର ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଯୋଗଦେଇ ପତାକା ଉତ୍ତୋଳନ କରି ଦେଶ ମାତୃକାର ସେବାରେ ନିଜକୁ ସାମିଲ କରି ଉତ୍ତମ ନାଗରିକ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇ ଥିଲେ । ବିଶିଷ୍ଟ ସମାଜ ସେବି ବନମାଳୀ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଭାରତୀୟ ଗଣତନ୍ତ୍ର ର ଉଦ୍ଦେଶ୍ୟ ଓ ତାକୁ ସୁରକ୍ଷା ଦେବା ରେ ଆମର କର୍ତ୍ତବ୍ୟ ସମ୍ପର୍କେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମାଜସେବୀ ତ୍ରିନାଥ ରେଡ୍ଡୀ ଓ ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରଥ ମଞ୍ଚାସିନ ହୋଇଥିଲେ ।ଏହି କାର୍ଯ୍ୟ କ୍ରମ ରେ ଶିଶୁଙ୍କ ଦ୍ଵାରା  ଛାତ୍ର ଛାତ୍ରୀ ଦ୍ଵାରା  ପିରାମିଡ୍,ଏରୋବିକ୍ ଡାନ୍ସ, ମାସ ଡ୍ରିଲ, ମାର୍ଶାଲ ଆର୍ଟ ,ସମେତ ଦେଶ ଭକ୍ତି ସଙ୍ଗୀତ ଓ ନୃତ୍ୟ  ପ୍ରଦର୍ଶନ କରିଥିଲେ । ଶେଷରେ  ପି. ଭେଙ୍କଟେଶ୍ଵ ରାଲୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟ କ୍ରମ କୁ ପ୍ରଶାସକ ରବି ପ୍ରସାଦ ସାହୁକାରଙ୍କ  ତତ୍ତ୍ଵାବଧାନରେ  ପ୍ରଶାନ୍ତ  ମାଥନ୍ ,ରଶ୍ମିରଞ୍ଜନ ସାହୁ, ରଶ୍ମିତା ବିଶ୍ଵାଳ, ସାଗରିକା  ବରାଡ୍,ସୁମାନି ଗୌଡ଼ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।ଏଥିରେ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ  ଥିଲେ ।

Post a Comment

Previous Post Next Post