(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ରେଶମୀ ସହର ଭାବେ ପରିଚିତ ବ୍ରହ୍ମପୁର ସହରର ବରିଷ୍ଠ ଆଇନଜୀବୀ ତଥା ସିପିଆଇ ନେତା ସୁଧାଂଶୁ ଶେଖର ପଣ୍ଡା ଙ୍କ ଆଜି ନିଜ ଗାନ୍ଧୀନଗର ୪ର୍ଥ ଲାଇନ୍ ବାସଭବନ ଠାରେ ଦେହାନ୍ତ ହୋଈଯାଈଛି। ସୁଧାଂଶୁ ଶେଖର ପଣ୍ଡା ଜଣେ ବରିଷ୍ଠ ଆଇନଜୀବୀ, ସମାଜସେବୀ, ବରିଷ୍ଠ ସିପିଆଇ ନେତା ଭାବେ ବ୍ରହ୍ମପୁର ସହରରେ ବେଶ ପରିଚିତ। ତାଙ୍କର ଜୀବନରେ ବହୁ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି। ତାଙ୍କର ମୃତ୍ୟୁ ଖବର ପାଈ ବ୍ରହ୍ମପୁର ବିଜେପି ବିଧାୟକ କେ.ଅନୀଲ କୁମାର, ଗାନ୍ଧୀନଗର ର ପୂର୍ବତନ କର୍ପୋରେଟର ରଞ୍ଜିତ କୁମାର ପଟ୍ଟନାୟକ,ଆନନ୍ଧ ରାଓ,ସିତୁ ରଥ, ସାମ୍ବାଦିକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ବୁଲୁ ମହାନ୍ତି, ବୁଲୁ ପାଣିଗ୍ରାହୀ, ବ୍ରହ୍ମପୁର ବାର ଆସୋସିଏସନ୍ ର ସଭାପତି ନାରାୟଣ ଚନ୍ଦ୍ର ମହାପାତ୍ର, ଉପସଭାପତି ରାମ ପଣ୍ଡା, ବିରଞ୍ଚିନାରାୟଣ ମହାପାତ୍ର ସଂପାଦନ, ବରିଷ୍ଠ ଆଇନଜୀବୀ ବିଭୁଦତ୍ତ ସାମନ୍ତ ରାୟ, ପିତବାସ ପଣ୍ଡା,ଗିରିଜା ବେହେରା, ବାପୁଜୀ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ମନୋଜ ପଟ୍ଟନାୟକ,ଚନ୍ଧ୍ର ଗୁପ୍ତ ପଟ୍ଟନାୟକ, ଦୀପକ୍ ବେହେରା,କପିଳ ପଟ୍ଟନାୟକ,ଏସ.ରାମ କୁମାର, ଅକ୍ଷୟ ପଟ୍ଟନାୟକ,ରଘୁ ପାଣିଗ୍ରାହୀ, ବରୁଣ ଗୈାଡ, ମନୋଜ ପଟ୍ଟନାୟକ, ସରୋଜ ଗୈାଡ, ପ୍ରଦୀପ୍ତ ପାତ୍ର ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଧ୍ର ଶେଖର ସାହୁ, ବ୍ରହ୍ମପୁର ବିଈଏମସି ମେୟର ସଂଘମିତ୍ରା ଦଳେଇ, ଏବଂ ବ୍ରହ୍ମପୁର ସହରର ବହୁ ବରିଷ୍ଠ ନେତା, ଆଇନଜୀବି, ବୁଦ୍ଧିଜିବୀ ଶେଷ ଦର୍ଶନ କରିବା ପାଇଁ ନିଜ ବାସଭବନ କୁ ଆସିଥିଲେ। ସୁଧାଂଶୁ ଙ୍କ ମୃତ ଶରୀର କୁ ଏକ ପଟୁଆର କରି ବ୍ରହ୍ମପୁର ନ୍ୟାୟଳୟ କୁ ନିଆ ଯାଇଥିଲା ସେଠାରେ ସେଠାରେ ପୁଷ୍ପଗୁଚ୍ଛ ଦେଈଥିଲେ। ସେଠାରୁ ସୁଧାଂଶୁ ଶେଖର ପଣ୍ଡା ତାଙ୍କ ଜୀବନର ଆରମ୍ଭ କରିଥିବା ରାଜନୈତିକ ସିପିଆଇ ଭବନକୁ ନେଈଥିଲେ। ଶେଷରେ କରିକ୍ରମା କରି ନିଳକଣ୍ଠେଶ୍ଵର ଶ୍ଵସାନ କୁ ଅଣାଯାଈ ଥିଲା ଦେହ ତ୍ୟାଗ ସମୟ ବେଳକୁ ତାଙ୍କ ପାଖରେ ତାଙ୍କର ସହଧର୍ମିଣୀ ସୂର୍ଯ୍ୟ କାନ୍ତି ପଣ୍ଡା,ଦୁଈ ପୁଅ ବରିଷ୍ଠ ଆଇନଜୀବୀ କେଷ୍ଟ୍ରୋ ପଣ୍ଡା,ସୁଲଭ ପଣ୍ଡା,ବୋହୁ ସବିତା ପଣ୍ଡା, ସ୍ୱୟଂସିଧା ପଣ୍ଡା, ଝିଅ ସୁଭ୍ରାଙ୍ଗୀ ପଣ୍ଡା ନାତିନାତୁଣୀ ଏବଂ ଗାନ୍ଧୀନଗର ର ବହୁଳ ସଂଖ୍ୟାରେ ଶେଷ ଦର୍ଶନ କରିବା ପାଇଁ ଆସିଥିଲେ।