ଭାରତୀୟ ବିକାଶ ପରିଷଦ ଓଡ଼ିଶାର 4.50 ଲକ୍ଷ୍ୟ ଅଧିବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିମ୍ନ ଲିଖିତ ବିଷୟ ତୁରନ୍ତ ଗ୍ରହଣ ପାଇଁ ଭାରତୀୟ ବିକାଶ ପରିଷଦର

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଭାରତୀୟ ବିକାଶ ପରିଷଦ ଓଡ଼ିଶାର 4.50 ଲକ୍ଷ୍ୟ ଅଧିବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନିମ୍ନ ଲିଖିତ ବିଷୟ ତୁରନ୍ତ  ଗ୍ରହଣ ପାଇଁ ଭାରତୀୟ ବିକାଶ ପରିଷଦର ଦାବି  ଯଥା-   ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ ଆଇନ ୧୯୯୮ ଅନୁସାରେ ୧୧ ନଭେମ୍ବର ୧୯୯୮ ମସିହାରେ ଏଇ ପରିଷଦ ଗଠିତ ହୋଇଥିଲା ଆଇନ ୨୦୦୦ ଅନୁସାରେ ୨୦୦୦ ମସିହା ୫ ନଭେମ୍ବରରେ ପୁନଃଗଠିତ ହୋଇଥିଲା । ଏଥିରେ ଏହି ବିକାଶ ପରିଷଦ ଅଞ୍ଚଳର ବିଭିନ୍ନ  ରାଜନୈତିକ ସରକାରୀ ଦଳର ଲୋକଙ୍କ ସମେତ କିଛି ବଛା ବଛା ସରକାରୀ କୋଳର ବୋଲକରା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମଧ୍ୟ  ସଦସ୍ୟ ରହିଥାନ୍ତି  ଯାହାକୁ କୁହାଯିବ ଏକ ରାଜନୈତିକ ଥଇଥାନ କେନ୍ଦ୍ର ବ୍ୟତୀତ କିଛିନୁହେ l

 ପଶ୍ଚିମ ଓଡ଼ିଶାରନିମ୍ନ ଲିଖିତ ୧୧ଟି ଜିଲ୍ଲାର ବିକାଶ ତ୍ୱରାନ୍ୱିତ ପାଇଁ ଓଡ଼ିଶା ସରକାରଙ୍କଦ୍ୱାରା ଗଠିତ ସ୍ୱତନ୍ତ୍ର ଏକ ପରିଷଦ କିନ୍ତୁ ବିକାଶ ପରିବର୍ତ୍ତେ ସର୍ବନାଶ ପରିଷଦ ରୂପେ ବିବେଚିତ l

ବଲାଙ୍ଗୀର,ସୋନପୁର,ବୌଦ୍ଧ,ଦେବଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାମାନ ଓ ଅନୁଗୋଳର ଆଠମଲ୍ଲିକ ଉପଖଣ୍ଡ ଅପେକ୍ଷାକୃତ କମ ଅଗ୍ରସର ଥିବାରୁ ବିକାଶ ଧାରାରେ ସାମଞ୍ଜସ୍ୟ ଆଣିବାପାଇଁ ରାଜ୍ୟ ସରକାର ପଶ୍ଚିମଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ । ସମୁଦାୟ ୮୯ଟି ବ୍ଲକ ଏହାର ଅଧୀନସ୍ଥ ଅଟେ । 'ପି ସି ଘଡ଼ାଇ କମିଟି ୧୯୯୪'ଙ୍କ ମତେ ଏଥିମଧ୍ୟରୁ ୩୪ଟି ଅତି ପଛୁଆ, ୨୫ଟି ପଛୁଆ, ୨୫ଟି ବିକାଶ ଉନ୍ମୋଖି ଏବଂ ୫ଟି ବିକଶିତ ବ୍ଲକ ଅଟେ ।

ପ୍ରତି ବର୍ଷ ରାଜ୍ୟ ବଜେଟ ଅଟକଳ ମଧ୍ୟରୁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଟ 100 ଅନୁଦାନ ପାଣ୍ଠି ପ୍ରଦାନ କରାଯାଉଛି l ଟ 100 କୋଟି ମଧ୍ୟରୁ ଅଧକ୍ଷ, ଉପାଧକ୍ଷ ସଦସ୍ୟ ଓ କର୍ମଚାରୀଙ୍କ ଦରମା, ଗାଡି, ଘର, ଫୋନ, ଗ୍ରସ୍ଥ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଦ୍ଧାଧିକ ଅର୍ଥାତ ବାର୍ଷିକ ଟ 50 କୋଟିରୁ ଅଧିକା ପାଣ୍ଠି ରାଜକୋଷରୁ ବର୍ବାଦ କରାଯାଉଛି କେବଳ ରାଜନୈତିକ ଥଇଥାନ ପାଇଁ ଉଦିଷ୍ଠ l ଯଦି କୌଣସି ଉନ୍ନୟନ ପରିଷଦ ପ୍ରତିଷ୍ଠା କରିଲେ କେନ୍ଦ୍ରୀୟ ରୁ ଅଧିକ ଅନୁଦାନ ମିଳିଥାନ୍ତା ତାହାହେଲେ ବିଭିର୍ନ ପରିଷଦ ଗଠନ କରିଲେ ରାଜ୍ୟର ଉନ୍ନତି ସମ୍ଭବ ହୁଅନ୍ତା, ରାଜ୍ୟର ବିଭିର୍ନ ଅଂଚଳକୁ ବିଭାଜିତ କରି ଆଞ୍ଚଳିକ ବୈଷମ୍ୟ ସୃଷ୍ଟି ସହିତ ଜିଲ୍ଲା ଜିଲ୍ଲା, ଭାଇ ଭାଇ ମଧ୍ୟରେ  ବୈଶ୍ୟମତା ଓ ମତଭେଦ ସୃଷ୍ଟି କରି ମାନବ ବlଦକୁ ଧ୍ବଂସ କରୁଛନ୍ତି ଯାହାଫଳରେ ପଶ୍ଚିମ ଓଡିଶା ଲୋକଙ୍କ ମନରେ ନୂତନ ରାଜ୍ୟ କୋଶଳ ରାଜ୍ୟ  ପାଇଁ ଦାବି ସହିତ, ଧାରଣା, ବନ୍ଦ ପାଳନ, ଇତ୍ୟାଦି ହେଉଛି l

WODC ରେ 2017 ମସିହା ସୁଦ୍ଧା ଟ 300କୋଟି ର ପାଣ୍ଠି ହେରାଫେରୀ ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଲୋଚନ ଙ୍କୁ ସରକାର ଆଣିନାହାନ୍ତି କିମ୍ଭା ଆତ୍ମସାତ ଓ ହେରାଫେରୀ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଇନି I

ଅସିତ କୁମାର ତ୍ରିପାଠୀ ଆଇଏସ ଭଳି ଜଣେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର, ଓଡ଼ିଶାର ଶତ୍ରୁ ବହୁ ବେନିୟମ କାର୍ଯ୍ୟକଳାପରେ ଜଡିତ 2020 ମସିହା ଠାରୁ WODC ଚେୟାରମ୍ୟାନ ନିଯୁକ୍ତି ବିଜେଡି ସରକାର ଦେଇଥିଲା କାରଣ 1956 ର ଉଲଂଘନ ଏବଂ ଭାରତୀୟ ସମ୍ଭିଧାନ ଧlରା 236 ବିରୁଦ୍ଧଚାରଣ କରି ବେନିୟମ ଭାବେ ଶ୍ରୀ VK ଭାବେ ନିଯୁକ୍ତିକୁ  ଓଡ଼ିଶାର ମୁଖ୍ୟ ଶାସନ ସଚିବ ରୂପେ ନଥି ଅନୁମୋଦନ   କରିଥିବା ଯୋଗୁଁ ତାଙ୍କୁ ଅବସରପୁର୍ବରୁ ଥଇଥାନ କରାଯାଇଥିଲା ୟ, ଯାହା ଫଳରେ ଠକାମୀ ନିଯୁକ୍ତି ବଳରେ ପାଣ୍ଡିଆନ ଓଡିଶାକୁ ଠକି କୋଟି କୋଟି ଟଙ୍କା ରୋଜଗାର କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଙ୍କୁ ସୁରାପାନ କରାଇ ହାଇଜକ କରିବାରେ ସମର୍ଥ ହେଇଥିଲା I

ତେଣୁ ଭାରତୀୟ ବିକାଶ ପରିଷଦ ଦାବି କରୁଛି ତୁରନ୍ତ ଏକ ମାସ ମଧ୍ୟରେ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ ( WOCD) କୁ ଉଛେଦ କରାଯାଉ I

ଏହି ପରିପ୍ରେକ୍ଷୀରେ ବିଜେପି ମୋହନ ମାଝୀ ସରକାର ଉତ୍ତର ଓଡିଶା ଉନ୍ନୟନ ପରିଷଦ( NODC)  ଓ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ( SODC) ଗଠନ ପାଇଁ ଘୋଷଣା  କରିଛନ୍ତି ତୁରନ୍ତ 15 ଦିନମଧ୍ୟରେ ବନ୍ଦ ଘୋଷଣା କରିବା ପାଇଁ ଭାରତୀୟ ବିକାଶ ପରିଷଦର ଦାବି lଭାରତୀୟ ବିକାଶ ପରିଷଦ କହିବାକୁ ଚାହେଁ ଓଡ଼ିଶାରେ ଯେଉଁ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ  ବଡ ବଡ଼ IAS, IPS, OAS, ସରକାରୀ କର୍ମଚାରୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନିଶ୍ଚୟ ଓଡ଼ିଶାର ପ୍ରତି ବ୍ଲକ ଓ ଜିଲ୍ଲା ସମାନ ଭାବରେ ଉନ୍ନତି ହେଇପାରିବ I ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ରାଜେନ୍ଦ୍ର ଦଳବେହରା, ସମ୍ପାଦକ ବିବିପି, P. ତୁଳଶୟl ରେଡି,, ଜିଲ୍ଲା କାର୍ଯ୍ୟକାରୀ ସଭାପତି, ହୃଷୀ କେସ ପାତ୍ର ଏବଂ ପିଣ୍ଟୁ ପଣ୍ଡା ସଭ୍ୟ ବିବିପି ଉପସ୍ଥିତ ଥିଲେ.

Post a Comment

Previous Post Next Post