M.K.C.G ସ୍ବତନ୍ତ୍ର ବିଦ୍ୟାଳୟ , ମୋହନା ଗଜପତି - ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ସେକ୍ରେଟେରୀ ମାସିକ ପରିଦର୍ଶନ

 ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୭/୧୨/୨୦୨୪                     ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷାଘାତ ସ୍ବତନ୍ତ୍ର ଓ ଦିବ୍ୟାଙ୍ଗ ବିଦ୍ୟାଳୟରେ ଜିଲ୍ଲା  ସେକ୍ରେଟେରୀ ଶ୍ରୀ ବିମଳ ରାଉଲ  ଖାଦ୍ୟ, ହଷ୍ଟେଲ, ଶୌଚାଳୟ ସବୁ ପରିଦର୍ଶନ କରିଥିଲେ ଓ ସମସ୍ତ କାଗଜପାତ୍ର ଦେଖିଥିଲେ । ସମ୍ପାଦକ ଠାରୁ ଅନୁଷ୍ଠାନ ବିଷୟରେ ବୁଝିଥିଲେ ଏବଂ ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ  ବିଦ୍ୟାଳୟ ପାଚେରୀ,  ଡ୍ରେନ୍ ଓ   ଖଟ ବିଷୟରେ କହିଥିଲେ । ଜିଲ୍ଲା  ସେକ୍ରେଟେରୀ କହିଥିଲେ ମୁଁ କଲେକ୍ଟର ସହ କଥାବାର୍ତ୍ତା ହେବି । ସେ ପରିବେଶ ଭଲ ଅଛି ବୋଲି ବହୁତ ଖୁସି ହୋଇଥିଲେ । ସେକ୍ରେଟେରୀ  ଶ୍ରୀ ବିମଳ ରାଉଲ ସହ କୋର୍ଟ ର କର୍ମଚାରୀ ଓ ଅନୁଷ୍ଠାନର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Post a Comment

Previous Post Next Post