ବେଆଇନ ଗଞ୍ଜେଇ ଚାଷ ଉପରେ ରା.ଉଦୟଗିରି ପୋଲିସ,ଅବକାରୀ ବିଭାଗ ଓ ବନ କର୍ମଚାରୀଙ୍କ ଚଢାଉ l

 


 
ଆର,  ଉଦୟଗିରି  ମୋ ନିୟୁଜ ଓଡିଶା :3/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆର .ଉଦୟଗିରି ଥାନା ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତର ଭାଲିଆଗଣ୍ଡା ଗ୍ରାମରେ ଥିବା ପାହାଢିଆ ଜମିରେ 45ଏକର ବେଆଇନ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି ରା.ଉଦୟଗିରି ପୋଲିସ ସହ ଅବକାରୀ ବିଭାଗ ଓ ବନ ବିଭାଗ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କର୍ମେ ଓ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 9କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ଆର. ଉଦୟଗିରି ଥାନା ଅଧିକାରୀ  ପକ୍ଷରୁ ସୂଚନା ମିଳିଛି।

Post a Comment

Previous Post Next Post