(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଚିକିଟି:ମୋ ନିୟୁଜ ଓଡିଶା ଆଣ୍ଡାମାନ ସାଗର ରେ ସୃଷ୍ଟି ବାତ୍ୟା ପେଙ୍ଗlଲ ପରେ ସୃଷ୍ଟି ହେଇଥିବl ଲଘୁଚାପ ଜନିତ ଲଗାଣ ଝିପି ଝିପି ବର୍ଷl ସହ କୋହୋଲl ପାଗ ଦlଉ ସାଧୁଛି ଚାଷୀ କୂଳକୁ l ଗତ ଶୁକୃବାର ଠାରୁ ଆରମ୍ଭ ହୋଇଥିବା ଝିପି ଝିପି ବର୍ଷl ରବିବାର ଦିନ ଓ ରାତି ତମାମ ମଧ୍ୟମ ଧରଣ ବର୍ଷl ହୋଇଥିଲା ଫଳରେ ଧାନ ଅମଳ ହେଉଥିବା ଚାଷ ଜମି ଚାରିଆଡେ ପାଣି ଜମି ଜାଇ ଥିଲା ଏଣୁ ଅମଳ ହୋଇଥିବା ଧାନ ଜମି ରେ ପଡି ରହିଥିବା ବେଳେ କିଛି ଧାନ କୁ ଗଦା କରି ପାଲ ଘୋଡାଇ ରଖlଯାଇଥିଲା ଏବଂ କିଛି ଜମି କାଟିବା ପାଇଁ ପ୍ରସ୍ତୁତି ଥିଲା ସେ ସବୁକୁ ନଷ୍ଟ କରିଦେଇଥିଲା ଲଘୁଚାପ ଜନିତ ବର୍ଷl l ବର୍ତମାନ ହଜାର ହଜାର ଏକର ଜମି ପାଣି ଘେରା ରେ l ବର୍ଷl ପାଣି ବାଜି ପାଚିଜାଇଥିବା ଧାନ ବର୍ତ୍ତମlନ ଗଜା ବାହାରିଲାଣି l ଯଦି ଏତିକି ରେ ପାଗ ଅନୁକୂଳ ନରୁହେ ତେବେ ଅମଳ ହେଇଥିବl ଧାନ ଏବଂ ଅମଳ ହେବାକୁ ଥିବା ଧାନ ସମ୍ପୂର୍ଣ ନଷ୍ଟ ହେବାର ଆଶଙ୍କାରେ ଚାଷୀ ମୁଣ୍ଡ ରେ ହାତ ଦେଇ ବସିଛି l ଏଣୁ ଜିଲ୍ଲା ପ୍ରଶାସନ କିମ୍ଭା ସରକାର ଙ୍କ ତରଫରୁ କ୍ଷୟ କ୍ଷତି ଆକଳନ କରି ସହାୟତା ପ୍ରଦାନ କଲେ ଚାଷୀ କୁଳ କିଛି କ୍ଷତି ଦାଉ ରୁ ରକ୍ଷା ପାଇବେ ବୋଲି ଚାଷୀ ମହଲ ରେ ଦାବି ହେଉଛି l


