କିଡ଼ନପ ର ତିନଦିନ ପରେ ଉଦ୍ଧାର ହେଲା ଯୁବକ l

ଆର,ଉଦୟଗିରି ମୋ ନିୟୁଜ ଓଡିଶା :10/12(ମନୋଜ କୁମାର ପାଢୀ)କିଡ଼ନପ ର ତିନି ଦିନ ପରେ ଉଦ୍ଧାର କଲା ପୋଲିସ l ଗାଁ ରୁ ଲୋଭରେ ଡାକିଲେ, ସେଠାରେ ଅପହରଣ ଯୁବକ କୁ ନିର୍ଧୁମ ଛେଚିଲେ l ହେଲେ ଥାନାରେ ଅଭିଯୋଗ ପରେ ପୋଲିସ ଯୁବକକୁ ଉଦ୍ଧାର କରିବା ସହିତ, ଅପହରଣ କାରୀ ମାନଙ୍କୁ ଗିରଫ କଲା ପୋଲିସ l ଘଟଣା ହେଉଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର l ଗତ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଶିବ ଗୌଡ଼ ଓ କାଳିଆ ଗୌଡ଼ ନାମକ ଏକ ଯୁବକ ଅନ୍ତରବା ଗ୍ରାମର ଅଲିଫ ପାଳଙ୍କ ଘରକୁ ଆସି କିଛି ଶସ୍ତାରେ ସାମଗ୍ରୀ କିଣେଇବା ନାମରେ ବ୍ରହ୍ମପୁର କୁ ଡ଼ାକିନେଇଥିଲେ l ଏହି ଘଟଣା ରେ ଅଲିଫ ଓ ସୁମିତ କରlଡ଼ କୁ ଉଠାଇ ନେଇଥିଲେ ଅପହରଣକାରୀ l ହେଲେ ବ୍ରହ୍ମପୁର ରେ ପହଂଚିବା ପରେ ସୁମିତ କୌଶଳ କ୍ରମେ ଖସି ନିଜ ଗାଁ ଅନ୍ତରବା କୁ ଆସି ଅଲିଫ ର ଘରେ ଖବର ଦେଇଥିଲେ l ଏହା ଶୁଣିବା ପରେ ଅଲିଫ ର ସାନଭାଇ ସରୋଜ ପାଳ ଅଡବା ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ମାତ୍ର ତିନ ଦିନ ପରେ ପୋଲିସ ଅଲିଫ କୁ ଉଦ୍ଧାର କରିବା ସହିତ ଶିବ ଗୌଡ଼ ଓ କାଳିଆ ଗୌଡ଼ କୁ ଗିରଫ କରିଛି l ଉକ୍ତ ଘଟଣା ରେ ଗୋଟିଏ କାର ଜବତ ହେବା ସହିତ 73 ହଜାର ଟଙ୍କା ଜବତ କରିଛି ପୋଲିସ ।

Post a Comment

Previous Post Next Post