ଆର,ଉଦୟଗିରି ମୋ ନିୟୁଜ ଓଡିଶା :8/12(ମନୋଜ କୁମାର ପାଢୀ)ପିଲାପଡୁଛନ୍ତି ବାରଣ୍ଡା ରେ, ରୋଷେଇ ଘରେ ହେଉଛି ଏକା ସାଙ୍ଗରେ ଦୁଇ ଦୁଇ ଟି କ୍ଲାସ, ପାଠ ପଡିବା ବେଳେ ପିଲାଙ୍କୁ ହେଉଛି ଖରା, ହେଲେ ବିଦ୍ୟାଳୟ କୁ ମିଳିଛି ମୁଖ୍ୟମନ୍ତ୍ରୀ ପୁରସ୍କାର l ଘଟଣା ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ସଦରମହକୁମା ରଙ୍ଗାମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର l ଦୀପତଳ ଅନ୍ଧାର ଭଳି ଚାଲିଛି ଏଇ ବିଦ୍ୟାଳୟ l ବିଦ୍ୟାଳୟ ପଢୁଛନ୍ତି ପ୍ରଥମ ରୁ ଅଷ୍ଟମ ଯାଏଁ ଦୁଇଶହବୈୟାଳିସି ଛାତ୍ରଛାତ୍ରୀ l ଶିକ୍ଷକଶିକ୍ଷୟତ୍ରୀ ମିଶି ଅଛନ୍ତି ବିଦ୍ୟାଳୟରେ ଆଠଜଣ l ହେଲେ ଶ୍ରେଣୀଗୃହ ନଥିବାରୁ ବିଦ୍ୟାଳୟ ର ବାରଣ୍ଡାରେ ଗୋଟିଏ କାନ୍ଥକୁ ମଝିରେ ରେ ରଖି ଚାଲିଛି ଦୁଇପଟେ କ୍ଲାସ ଓ ଅନ୍ୟ ସ୍ଥାନରେ ଖାଇବା ଘରେ ହେଉଛି ଦୁଇଟି କ୍ଲାସ l ଆପଣ ଏ ଚିତ୍ର ଦେଖିଲେ ହିଁ ଜାଣିପାରୁଥିବେ ମୋହନା ବ୍ଲକ ରେ ସରକାରୀ ବିଦ୍ୟାଳୟ ଗୁଡିକ କିପରି ଚାଲିଛି l ଖରା ହେବାରୁ ପିଲାମାନେ ପାଠ ପଡିବେ କଣ ଖରା ପାଁଇ ହେଉଛନ୍ତି ଅସ୍ତବ୍ୟସ୍ତ l ଯଦି ମୋହନା ବ୍ଲକ ସଦର ମହକୁମା ମୋହନା ସହରରେ ସରକାରୀ ବିଦ୍ୟାଳୟ ଗୁଡିକର ଚିତ୍ର ଏମିତି ତେବେ ପୁରା ଜିଲ୍ଲା ରେ ସରକାରୀ ବିଦ୍ୟାଳୟ ଗୁଡିକ କେମିତି ଚାଲିଥିବ ଆପଣ ଜାଣି ପାରୁଥିବେ l
ତେବେ ମୋହନା ସହର ରଙ୍ଗମାଟିଆ ବିଦ୍ୟାଳୟ ର ଅନୁସଙ୍ଗିକ ବ୍ୟବସ୍ତା ଠିକ ନଥାଇ କିଭଳି 5 ଟି ଜରିଆରେ ଏହି ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଲା ତାହା ଏବେ ପ୍ରଶ୍ନବାଚି l


