ପ୍ରଥମ ଥର ପାଇଁ କୋତାମେଟା ଠାରେ କତାମେଟା ମହୋତ୍ସବ ଆୟୋଜିତ।

 


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)

ମାଲକାନଗିରି ତା ୨୩/୧୨ ମାଲକାନଗିରି ଜିଲ୍ଲା କୋତାମେଟାରେ ପ୍ରଥମ ଥର ପାଇଁ କତାମେଟା ମହୋତ୍ସବ ଆରମ୍ଭ ହୋଇଛି। ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କତାମେଟା ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ଏହି କତାମେଟା ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ମିନା ବଜାର ସହ ଅପେରା ଓ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୨ ତାରିଖ ରାତିରୁ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖ ଯାଏଁ ଏହି ଉତ୍ସବ ଜାରି ରହିବ। ତେବେ ଏହି ଅବସରରେ ପ୍ରଥମ ଦିନର ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜନ ପ୍ରତିନିଧି ମାନେ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ। ଜିଲ୍ଲାର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏହା ଆଗାମୀ ଦିନରେ ଆହୁରି ଅଧିକ ଉତ୍ସାହର ସହ ପାଳନ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି। ମିନା ବଜାର ଓ ଅପେରା ସହ ବିଭିନ୍ନ ଦୋକାନ ଗୁଡିକରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ବେସ ଭିଡ ଜମିଥିବା ବେଳେ ଲୋକେ ମଧ୍ୟ ଏହାର ଭରପୁର ମଜା ଉଠାଉଥିବା ଦେଖିବାକୁ ମିଳିଛି।

Post a Comment

Previous Post Next Post