ମୋ ନିୟୁଜ ଓଡିଶା ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡା ବ୍ଲକ ଶାଖା ତରଫରୁ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ କୋଦଳା ସ୍ଥିତ ଶ୍ରୀ ଶ୍ରୀ ଦଣ୍ଡେଶ୍ୱରଙ୍କ ପୀଠରେ ଏକ ସଭା କରାଯାଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ସୋମବାର ଅପରାହ୍ନ 4 ଘଣ୍ଟ ସମୟରେ କୋଦଳା ତହସିଲଦାର ସସ୍ମିତା ଶତପଥିଙ୍କୁ ବେଗୁନିଆପଡା ବ୍ଲକ ରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଲଘୁଚାପ ଜନିତ ଅଦିନିଆ ବର୍ଷା ରେ ଆମ ଅଂଚଳର ଚାଷୀଙ୍କର ଫସଲ କ୍ଷତି ଆକଳନ କରି କ୍ଷତି ପୂରଣ ଯୋଗାଇଦିଆଯାଉ । ମୁଗ, ବିରି, ରାଶି ଫସଲ ନଷ୍ଟ ହୋଇଥିବାରୁ ତୁରନ୍ତ ଉକ୍ତ ବିହନ ଯୋଗାଇ ଦିଆଯାଉ । କୋଦଳା ଏନ ଏ ସି ରେ ହୋଇଥିବା ମଣ୍ଡି ପଏଣ୍ଟ ଟି ଖାଲୁଆ ସ୍ଥାନରେ ହୋଇ ଥିବାରୁ ଟିକିଏ ବର୍ଷା ରେ ପାଣି ଜମିରହୁଛି, ଏଣୁ ଏହି ମଣ୍ଡି ପଏଣ୍ଟ ସ୍ଥାନାନ୍ତର କରାଯାଉ। ବାଦପଲି ଗ୍ରାମରେ ଏକ ମଣ୍ଡି ପଏଣ୍ଟ କରାଯିବା ଆଦି ଦାବି ପତ୍ର ରେ ଉଲ୍ଲେଖ ରହିଛି । ଏଥିରେ ନବ କିଶୋର ସ୍ୱାଇଁ, ଯୁଗଳ କିଶୋର ଜେନା, ଭଗବାନ ସାହୁ, ବିଜୟ ସ୍ୱାଇଁ ଭ୍ରମର ଖଟୁଆ, ଅମର ପରିଡା ପ୍ରଭୁତି ଅନେକ ଚାଷୀ ଉପସ୍ଥିତ ଥିଲେ ।
Tags:
ଆଞ୍ଚଳିକ