(ମାଲକାନଗିରିରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି ୨୩/୧୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଜିଲ୍ଲାର ରେଡି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିନେଇ ହତ୍ୟା କଲେ ମାଓବାଦୀ। ସୂଚନା ଅନୁଯାୟୀ ବୀଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ରେଡି ଗ୍ରାମର ମୁକେଶ ହେମଲା ଗ୍ରାମ ନିକଟରେ ହେଉଥିବା ସାପ୍ତାହିକ ହାଟକୁ ଯାଇଥିଲେ। ସେଠାରେ କିଛି ବନ୍ଧୁକ ଧରି ମାଓବାଦୀ ହଟାତ ପଶି ଆସି ମୁକେଶଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ। ହାଟ ଠାରୁ କିଛି ଦୂରରେ ମାଓବାଦୀ ମାନେ ମୁକେଶଙ୍କୁ ନିର୍ମମ ଭାବେ ହତ୍ୟା କରି ସେଠାରେ ତାଙ୍କ ମର ଶରୀର ସହ ଗୋଟିଏ ହାତ ଲେଖା ଚିଠି ମଧ୍ୟ ମାଓବାଦୀ ମାନେ ଛାଡି ଚାଲି ଯାଇଥିବା ଦେଖିବାକୁ ମିଳିଛି। ଯେଉଁ ଚିଠିରେ ମୁକେଶ ପୋଲିସ ସୂଚନାଦାତା ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।


