ଆବାସ ଯୋଜନା ଆବେଦନ ପ୍ରକ୍ରିୟା ରେ ମୋହନା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରେ ଏକ ବୈଠକ ଅନୁଷ୍ଠିତ

ଆର,ଉଦୟଗିରି ମୋ ନିୟୁଜ ଓଡିଶା :2/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ବ୍ଲକରେ ଅତିରିକ୍ତ ବିଡ଼ିଓ ରମାକାନ୍ତ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ପ୍ରତେକ ଗରିବ ହିତାଧିକାରୀ ମାନେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଲାଭବାନ ପାଇ ପାରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା। ଆବେଦନ କିଭଳି ଭାବେ କରିବେ ତାହା ହିତାଧିକାରୀ ଙ୍କୁ ସଚେତନ କରାଯାଇଥିଲା। ଆବେଦନ ପ୍ରକ୍ରିୟା ରେ ଗୋଟିଏ ପକ୍କା ଘରେ ଯଦି ୫ ଭାଈ ରହୁଛନ୍ତି ତା ହେଲେ ସେମାନେ ଅଲଗା ଅଲଗା ଆବେଦନ କରିପାରିବେ। ବ୍ୟାଙ୍କ ଖାତା ,ଘର ପଟ୍ଟା ସହ ସମସ୍ତ ନଥି ପତ୍ର ସଠିକ୍ କରି ଆବେଦନ କରି ପାରିବେ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକ ରେ ସରପଞ୍ଚ ସୁନୀତା ମଳିକ, ବ୍ଲକ୍ ର ଯନ୍ତ୍ରୀ,ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର, ଯୋଗାଣ ସହାୟକ ଙ୍କ ଆବେଦନ କରିବା ପାଇଁ ଆସିଥିବା ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post