ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/09/12 : ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ଗ୍ରାମପଂଚାୟତ ନଦୀସାହିରେ ଅଙ୍ଗନବାଡି ଗୃହ ନଥିବାରୁ ଝିଙ୍କର କୁଡ଼ିଆ ଘରେ ଶିକ୍ଷା ଗ୍ରହଣ କରୁଛନ୍ତି କମଳମୋତି ଅଙ୍ଗନବାଡ଼ି ଶିଶୁ ମାନେ, ବର୍ତମାନର ଯୁଗରେ ଲୋକେ ପାଠ ପଢି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ ହେଉଛନ୍ତି କିନ୍ତୁ ବଡ ଲଜ୍ୟାର କଥା ଏହି ଗ୍ରାମରେ ଅଙ୍ଗନବାଡ଼ି ଦିଦି ଅଛନ୍ତି ଓ ପିଲା ମାନେ ବି ପାଠ ପଢୁଛନ୍ତି କିନ୍ତୁ ଶିକ୍ଷାର ଏନ୍ତୁଡ଼ିଶାଳ କୁହାଯାଉଥିବା ଅଙ୍ଗନବାଡ଼ି ଗୃହ ନଥିବାରୁ ଗ୍ରାମବାସୀଙ୍କ ଦ୍ଵାରା ନିର୍ମିତ ହୋଇଥିବା ଝିଙ୍କର କୁଡ଼ିଆ ଚର୍ଚ୍ଚ ସଭାଗୃହ କୁଡ଼ିଆରେ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି, ଗ୍ରାମ ବାସୀଙ୍କ ଦ୍ଵାରା ଦୀର୍ଘ ବର୍ଷର ଦାବି ସତ୍ୱେ ଏହି ଗାଁ ରେ ପ୍ରଶାସନ ତରଫରୁ ଜମି ଚିହ୍ନଟ କରି ଅଙ୍ଗନବାଡ଼ି ଗୃହ ନିର୍ମାଣ କରାଯାଇପାରୁନି, ଏହି ଜିରାଙ୍ଗ ପଞ୍ଚାୟତରେ ଅଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର, ଏହି ଅଂଚଳକୁ ବୁଲିବାପାଇଁ ପ୍ରତିଦିନ ଅଧିକାରୀ ଓ ରାଜନେତା ମାନେ ଆସୁଛନ୍ତି କିନ୍ତୁ ମନ୍ଦିର ଠାରୁ 500 ମିଟର ଦୂରରେ ଥିବା ଏହି ଗାଁରେ ଦୀପତଳ ଅନ୍ଧାର ଭଳି ଅନ୍ଧାରରେ ହିଁ ରହିଯାଇଛି ଏହି ନଦୀସାହି, ପୂର୍ବ ସରକାର 5T ଓ ନବୀନ ଓ଼ଡିଶା ନାମରେ କୋଟି କୋଟି ଟଙ୍କ ବ୍ୟୟବରାଦ କରି ସ୍କୁଲ, କଲେଜ ଗୁଡ଼ିକର ରୂପାନ୍ତିକରଣ କରିଥିବା ନେଇ ଡିଣ୍ଡୁମା ପିଟୁଛନ୍ତୁ କିନ୍ତୁ ଏହି ଘଟଣା ଦେଖିବାପରେ ବିଜେଡି ସରକାରର ମିଛର ଅଟ୍ଟାଳିକା ତାସ ଘର ପରି ଭୁଶୁଡି ପଡିଲା ଭଳି ମନେ ହେଉଛି, ତେବେ ବର୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବାବେଳେ କେବେ ଏହି ଗ୍ରାମରେ ଅଙ୍ଗନୱାଡି ଗୃହ ନିର୍ମାଣ ହେବ ତାହାହିଁ ଦେଖିବାପାଇଁ ସମସ୍ତଙ୍କର ନଜର,


