ମାଓବାଦୀ ନାମରେ ଟଙ୍କା ଆଦାୟ କରିବା ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ ସହ ବନ୍ଧୁକ,ମୋବାଇଲ ଜବତ

(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)

ମାଲକାନଗିରି ୦୮/୧୨ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ଆଜି

ମାଓବାଦୀ ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ନେଇ ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ୱାଇଁ ଓ ଚିତ୍ରକୋଣ୍ଡା ଆଇଆଇସି ମୁକୁନ୍ଦ ମେଲକା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ନାଏବ ସରପଞ୍ଚ ଭକ୍ତରାମ ଶୀଶା ଚିତ୍ରକୋଣ୍ଡା ଥାନାରେ ଚଳିତ ମାସ ୩ ତାରିଖରେ ଅଭିଯୋଗ କରିଥିଲେ। ଏହାପରେ ଚିତ୍ରକୋଣ୍ଡା ପୋଲିସ ଉକ୍ତ ଅଭିଯୋଗ କୁ ଗୁରୁତ୍ୱର ସହ ପଦକ୍ଷେପ ନେଇ ଭକ୍ତରାମ ଙ୍କ ଅଭିଯୋଗ ଆଧାରରେ ମନ ପାଙ୍ଗି (୪୬), ଏମ ନାରାୟଣ(୩୧),ଜଗୁ ହନ୍ତାଳ(୫୨),ବିନୋଦ ଜେନା(୩୧),ଉମାକାନ୍ତ ମାଧେଭି(୨୫) ପାଞ୍ଚ ଜଣ ଙ୍କୁ ଥାନାକୁ ଆଣିଥିଲା। ସେମାନଙ୍କୁ ପଚରା ଉଚରା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣ ବଡ଼ପଦର ଅଞ୍ଚଳର ସ୍ଥାନୀୟ ଲୋକ ଏବଂ ଆଉ ଦୁଇଜଣ ମାଲକାନଗିରି ର ବୋଲି ଜଣାପଡିଛି।ଏହି ପାଞ୍ଚ ଜଣ ମିଶି ଲୋକଙ୍କ ଠାରୁ ମାଓବାଦୀ ନାମରେ ଟଙ୍କା ଆଦାୟ, ଶୋଷଣ ଓ ପ୍ରଜକୋର୍ଟ ରେ ଜୀବନ ରେ ମାରିଦେବାକୁ ଧମକ ଦେଇ ଭୟଭୀତ କରିଥିଲେ। ନାୟବ ସରପଞ୍ଚ ଓ ଜଣେ ସାମ୍ବାଦିକ ଙ୍କୁ ପ୍ରୋଜାକୋର୍ଟ ରେ ଡାକି ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଆଜି ଏହି ପାଞ୍ଚ ନକଲି ମାଓବାଦୀଙ୍କୁ ଚିତ୍ରକୋଣ୍ଡା ପୋଲିସ  ଗିରଫ କରିଛି ଓ ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଜବତ କରି ଚିତ୍ରକୋଣ୍ଡା ଥାନା କେଶ ନମ୍ବର ୨୦୪/୨୪ ଅନୁଯାୟୀ କେସ ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Post a Comment

Previous Post Next Post