(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ଗଞ୍ଜାମ ଶାଖା ଓ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ମିଳିତ ଅନୁକୁଲ୍ୟ ରେ ଆଜି ୭୭ ତମ ଆନ୍ତର୍ଜାତୀୟ ମାନବାଧିକାର ଦିବସ* ଅକ୍ସଫୋର୍ଡା ପବ୍ଲିକ ସ୍କୁଲ ଠାରେ ପାଳିତ ହୋଇ ଯାଇଛି । ଆୟୋଜିତ ସଭାରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଇଂ. ଅଶୋକ କୁମାର ପାଳ ସଭାପତିତ୍ବ କରି ମାନବାଧିକାର ଗୁରୁତ୍ଵ ଓ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ଆନ୍ତର୍ଜାତୀୟ ମାନବାଧିକାର କାଉନସିଲ ଗଞ୍ଜାମ ଶାଖା ର ସଭାନେତ୍ରୀ ରଶ୍ମିତା ପାଣିଗ୍ରାହୀ ସାଂପ୍ରତିକ ପରିସ୍ଥିତି ରେ ଭାରତରେ ମାନବାଧିକାର ର ସ୍ଥିତି ଆଉ ପ୍ରଗତି ସମର୍କେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକା ତଥା ସମାଜ ସେବୀ ସାରା ମିଶ୍ର ନିଜ ବକ୍ତବ୍ୟ ରେ ମାନବାଧିକାର ଜନ୍ମ ଓ ଉଦ୍ଦେଶ୍ୟ ସମର୍କେ ଆଲୋକପାତ କରିଥିଲେ । ଅଧିବକ୍ତା ରମାକାନ୍ତ ରଥ ଯୋଗ ଦେଇ ମାନବାଧିକାର ର ଆଇନ ସବୁ ଦିଗ ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟ କ୍ରମ ରେ ଶତାଧିକ ଅଭିଭାବକ ଓ ଅଭିଭାବିକା ସହ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ପ୍ରଶାସକ ରବିପ୍ରସାଦ ସାହୁକାର ଓ କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ ମାଥାନ ପରିଚାଳନା କରିଥିଲେ ।


