ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ଦିଅର ଗିରଫ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବୁଗୁଡ଼ା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ଭାଉଜକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦିଅରକୁ ବୁଗୁଡ଼ା ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ତାମ୍ବିରି ଗ୍ରାମର ସିମାଞ୍ଚଳ ଗୌଡ଼(୨୫) l ଅଭିଯୋଗାନୁସାରେ , ସିମାଞ୍ଚଳ ପ୍ରାୟ ବର୍ଷେ ହେଲା ତା'ର ଜଣେ ସମ୍ପର୍କୀୟ ଭାଉଜ ସହ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହିର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରଲ କରିଦେବାର ଡର ଦେଖାଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା l କେରଳରେ ଦାଦନ ଖଟୁଥିବା ସିମାଞ୍ଚଳ ଗତ ୭ ତାରିଖରେ ଭାଉଜକୁ ବାହା ହେବା ବାହାନାରେ କେରଳ ଯିବା କହି ଭୁବନେଶ୍ୱରରେ ଛାଡି ଦେଇ ଫେରାର ହୋଇ ଯାଇଥିଲା l ସମ୍ପୃକ୍ତ ମହିଳା ବହୁ ସମୟ ଧରି ଅପେକ୍ଷା କରିବା ପରେ ସିମାଞ୍ଚଳର ପତ୍ତା ନମିଳିବାରୁ ମହିଳା ଜଣଙ୍କ ଗ୍ରାମକୁ ଫେରି ଆସି ବୁଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ l ପୋଲିସ ଏନେଇ ୫୭୬/୨୪ରେ ଏକ ମାମଲା ରୁଜୁ କରିବା ସହ ସିମାଞ୍ଚଳକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି l

Post a Comment

Previous Post Next Post