ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡକ୍ରସ ତରଫରୁ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଛି। ଉକ୍ତ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତି ଆସନ ଅଳଙ୍କୃତ କରି ଏଡ଼ସ ବିଷୟରେ ସଚେତନର ବାର୍ତ୍ତା ପ୍ରଚାର କରିଥିଲେ। ଏଥି ସହିତ ଉକ୍ତ ସଭାରେ ବିଦ୍ୟାଳୟର ଜେ. ଆର୍. ସି. କାଉଁସେଲର ଶ୍ରୀଯୁକ୍ତ ସଞ୍ଜୟ ଗୌଡ଼, କେଦାରନାଥ କର, ପ୍ରଜ୍ଞାଦିପ୍ତା ପାଇକ, ସଂଗୀତା କୁମାରୀ ସାହୁ, ପ୍ରହ୍ଲାଦ ଶିଅଳ ଉପସ୍ଥିତ ରହି ଏଡ଼ସ ବିଷୟରେ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଉକ୍ତ ସଭାକୁ ପରିଚାଳନା କରିଥିଲେ।
Tags:
ଆଞ୍ଚଳିକ


