ଲକ୍ଷ୍ମୀ ବସ୍ କୁ ପାଗଳର ବାଉଁଶ ମାଡ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବେଲଗୁଣ୍ଠା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲୀ ଗ୍ରାମ ନିକଟରେ ଓ.ଏସ୍,ଆର୍.ଟି.ସି ଲକ୍ଷ୍ମୀ ବସ୍ କୁ ଏକ ପାଗଳ ଏକ ଲମ୍ବା ବାଉଁଶ ମାରି ଦେବା ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବସ୍ ସମେତ ବସରେ ଥିବା ଯାତ୍ରୀ ବର୍ତ୍ତି ଯାଇଥିବା ଖବର ମିଳିଛି ‌।ମିଳିଥିବା ସୂଚନା ଅନୁସାରେ ଓଡି୦୭ଏଟି୯୪୬୩ ନମ୍ବର ବିଶିଷ୍ଟ ଏକ ଲକ୍ଷ୍ମୀ ବସ୍ ବେଲଗୁଣ୍ଠାରୁ,ତନରଡା,ପାଟୁଳୀସାହି,ଇଙ୍ଗିନାଠୀ,ନାଟେଙ୍ଗା,ଷଢଙ୍ଗୀପଲୀ, କଣ୍ଠେଇପୋଲି ବଡ଼ବୋର୍ସିଙ୍ଗ ଦେଇ ବାଙ୍କିଲିଡି ଯାଉଥିବା ବେଳେ ଆଜି ଦିବା ପ୍ରାୟ ୧୧ ଘଟିକା ସମୟରେ ଷଢଙ୍ଗୀପଲୀ ନିକଟରେ ନିକଟସ୍ଥ ଅଭିନଗରର ପୁରସ୍ତମ ଜେନାଙ୍କ ମାନସିକ ବିକାର ଗ୍ରସ୍ତ ପୁଅ ହରି ଜେନା (୪୫) ଏକ ବଡ଼ ବାଉଁଶ ଆଣି ବସ୍ କୁ ମାରି ଦେଇଥିଲା ।ଫଳରେ ବାଉଁଶଟି ଡ଼୍ରାଇଭର ବସିଥିବା ବସ୍ ସାମ୍ନାର କାଚକୁ ବହୁତ  ଜୋରରେ ଆଘାତ ଦେଇଥିଲା ଏବଂ କାଚ ଟି ଭାଙ୍ଗିଯାଇଥିଲା । କିନ୍ତୁ ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଏବଂ ଗାଡ଼ି ଟି ଧୀର ଗତିରେ ଥିବା ଯୋଗୁଁ ବସ୍ ଟି ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ।ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ ।ହରି ବସ୍ କୁ ବାଉଁଶ ମାରିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସେ ଜଣେ ମାନସିକ ବିକାର ଗ୍ରସ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏବଂ ବସ୍ ଟି ସେଠାରୁ ଗନ୍ତବ୍ୟ ସ୍ଥଳକୁ ନ ଯାଇ ବ୍ଳକ୍ ହେଡ୍ କ୍ୱାର୍ଟର କୁ ଫେରି ଯାଇଥିବା ସୂଚନା ମିଳିଛି ।ଏ ନେଇ ଗାଙ୍ଗପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି ।

Post a Comment

Previous Post Next Post