(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନଗିରି ତା ୦୬/୧୨ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କନଫରେନ୍ସ ହଲ୍ରେ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ଚଳିତ ବର୍ଷ ଖରିଫ ଋତୁରେ ଧାନ କ୍ରୟ ସମ୍ବନ୍ଧରେ ଏକ ଚାଷୀ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ, ଗୋବିନ୍ଦପାଲି ବଣ୍ଡା ଲ୍ୟାମ୍ପ ସଭାପତି ସମନ୍ଧୁ ହାଡପୁଟିଆ, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ସମିତି ସଭ୍ୟ ରାମଚନ୍ଦ୍ର ମଲଲୀ , ଲ୍ୟାମ୍ପ ପରିଚାଳକ ଅନ୍ତର୍ଯ୍ୟାମୀ ସାହୁ, ଆରଏମସି ଅଧିକାରୀ ରାଜେନ୍ଦ୍ର ଜେନା ସାମନ୍ତ, ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଧାନ କ୍ରୟ ହେବାକୁ ଥିବା ମଣ୍ଡି ଗୁଡ଼ିକର ବ୍ୟବସ୍ଥା, ଉତ୍ତମ ଗୁଣବତ୍ତା ଧାନ କ୍ରୟ ପଦ୍ଧତି ଓ ପ୍ରତ୍ୟେକ କୁଇଣ୍ଟାଲ ପ୍ରତି, ରାଜ୍ୟ ସରକାରଙ୍କ ଘୋଷିତ ୮୦୦ ଟଙ୍କାର ବୋନସ ସହାୟତା ରାଶି ମିଶି ଧାନର ସର୍ବମୋଟ କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଗୋଟିଏ କିସ୍ତିରେ ଚାଷୀ ପାଇବା ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ କିର୍ଷାନୀ ସମସ୍ତ ଚାଷୀ ଭାଇମାନଙ୍କୁ ଉତ୍ତମ ଗୁଣବତ୍ତା ମାନର ଧାନ ମଣ୍ଡିକୁ ଆଣିବା ପାଈଁ ଅନୁରୋଧ କରିବା ସହ ଶାନ୍ତି ଶୃଙ୍ଖଳା ସହ ମଣ୍ଡି ପରିଚାଳନା ପାଇଁ ଆହ୍ଵାନ ଦେଇଥିଲେ । ସର୍ବ ଶେଷରେ ନିୟନ୍ତ୍ରିତ ବଜାର କମିଟି ର ଅଧିକାରୀ ମାନେ ଧାନ ଆନାଲିସିସ୍ କରି କିପରି ଧାନର ଗୁଣବତ୍ତା ପରିକ୍ଷଣ କରାଯାଏ ସେ ବିଷୟରେ ଅବଗତ କରାଇଛନ୍ତି । ଆଜିର ଶିବିରରେ ଖଇରପୁଟ ଧାନ ସ°ଗ୍ରହ କମିଟିର ସମସ୍ତ ସଦସ୍ୟଙ୍କ ସହ ୧୦୦ ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ ।


