(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ମୋ ନ୍ୟୁଜ ଓଡ଼ିଶା)
ମାଲକାନଗିରି ତା ୧୫/୧୨ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇ ଯାଇଛି। ନଭେମ୍ବର ମାସ ୨୯ ତାରିଖ ଦିନ କୋରୁକୋଣ୍ଡା ସଦର ବ୍ଲକ ଜଳେଶ୍ୱର ପୀଠରୁ ପବିତ୍ର ଜଳ ସଂଗ୍ରହ କରା ଯାଇ
କଳଶ ଗୁଡିକ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖା ଯାଇଥିବା ବେଳେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଉକ୍ତ କଳଶ ଗୁଡିକୁ ପୁଜାର୍ଚନା କରାଯାଇ ଏକ ବିରାଟ ଶୋଭା ଯାତ୍ରାରେ ଦୀର୍ଘ ତିନି କିଲୋମିଟର ଡି.ଏନକେ ଖେଳ ପଡିଆ ମୁଖ୍ୟ ମଣ୍ଡପକୁ ନିଆ ଯାଇଥିଲା। କଳଶ ଗୁଡିକୁ ପ୍ରଥମେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟ କ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ସହ ବିଭିନ୍ନ ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବ୍ରହ୍ମପୁର, ସମ୍ବଲପୁର, କଳାହାଣ୍ଡି, ପୂରୀ, ରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ସହ ଜିଲ୍ଲାର କୋୟା, ଡିଡାୟୀ, ବଣ୍ଡା, ଦୁରୁଆ, ପରଜା, ଇତ୍ୟାଦି ଜନଜାତିଙ୍କ ପାରମ୍ପରିକ ନୃତ୍ୟ ଗୀତରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଶଙ୍ଖ ଧ୍ୱନୀ, ହୁଳହୁଳି, ହରିବୋଲ ଧ୍ୱନୀ ସହ ୧୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ଶୋଭା ଯାତ୍ରାରେ ଅଂଶଗ୍ରହଣ କରିଥିଲୋ ମୁଖ୍ୟ ମଣ୍ଡପରେ କଳଶ ଗୁଡିକକୁ ସ୍ଥାପନ କରା ଯାଇଥିଲା ପରେ ପରେ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରଥମେ ଆଦିବାସୀ ପଡିଆରେ ଅନୁଷ୍ଠିତ କୃଷି ମେଳା ଉଦ୍ଘାଟନ କରିବା ସହ ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା କୃଷି ଯନ୍ତ୍ରପାତି ଯାନବାହାନ ଇତ୍ୟାଦି ପରିଦର୍ଶନ କରିଥିଲେ। ପରେ ଡି.ଏନ୍.କେ. ଖେଳପଡିଆରେ ଓର୍ମାସ ତରଫରୁ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟରୁ ଆସିଥିବା ବ୍ୟବସାୟୀ ମାନଙ୍କ ଷ୍ଟଲ ଗୁଡିକ ବୁଲି ଦେଖିବା ସହ ବିଭିନ୍ନ ବିଭାଗର ଷ୍ଟଲ ଗୁଡିକ ମଧ୍ୟ ପରିଦର୍ଶନ କରିଥିଲେ। ପରେ ପରେ ପ୍ରଦୀପ ପ୍ରଜ୍ଜଳନ କରି ମାଲ୍ୟବନ୍ତ ମହୋ୍ସବର ଶୁଭ ଉଦଘାଟନ କରିଥିଲେ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ , ମାଲକାନଗିରି ଜିଲ୍ଲାପାରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ମଂଚାସୀନ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାଲ୍ୟବନ୍ତ ମହୋତ୍ସବର ଉଦ୍ଦେଶ୍ୟ, ଜିଲ୍ଲା ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ଜନଜାତିଙ୍କ ବିଲୁପ୍ତ ହେଇ ଯାଉଥିବା କଳା, ସଂସ୍କୃତି, ପରମ୍ପରାକୁ ଜୀବିତ ରଖିବା ପାଇଁ ଏହା ଏକ ମାଧ୍ୟମା ମାଲକାନଗିରି ଜିଲ୍ଲାକୁ ୧ ନମ୍ବର ଜିଲ୍ଲାଭାବେ ଓ ଏହାର ସର୍ବାଙ୍ଗୀନ ଉନ୍ନତି ଆମ ସରକାରଙ୍କ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ସେହିପରି ଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ମାଲକାନଗିରି ଜିଲ୍ଲାରେ ସମସ୍ତ ଅଂଚଳ କିପରି ଶିକ୍ଷାର ବିକାଶ ସହ ଜନଜାତିଙ୍କ ପରମ୍ପରା ବଜାୟ ରହିବ ସେଥିପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାର ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ସଙ୍ଗୀତ ପରିବେଷଣ କରା ଯାଇଥିଲ।। ଏହି କାର୍ଯ୍ୟକ୍ରମକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲୋ
କଳଶ ଶୋଭା ଯାତ୍ରାରେ ୧୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ, ନାଚଗୀତ, ବାଦ୍ୟ ଆତସବାଜୀରେ କମ୍ପିଲା ମାଲକାନଗିରି ସହର, ମାଲକାନଗିରିର ଐତିହ୍ୟ,କଳା, ସଂସ୍କୃତିକୁ ବଖାଣିଲେ ମୁଖ୍ୟମନ୍ତ୍ରୀ, ମାଲକାନଗିରି ବିକାଶ ନିମନ୍ତେ ଅଗ୍ରାଧିକାର,
ଦିଆଯିବ ଦିଆଯିବ ବୋଲି କହିଥିଲେ। ପୋଲିସ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଥିଲା।


