ଭଞ୍ଜନଗର :ମୋ ନିୟୁଜ ଓଡିଶା ଏଠାରୁ ପ୍ରାୟ ଦଶ କିଲୋମିଟର ଦୂର ବାହାଡାପଦର ଠାରେ ଆସନ୍ତା ୧୬,୧୭,୧୮,୧୯ ଫେବୃଆରୀ ୨୦୨୫ ଚାରିଦିନ ଧରି ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଚବିଶି କୁଣ୍ଡିୟ ଗାୟତ୍ରୀ ଯଂଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଗାୟତ୍ରୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିକୁଞ୍ଜ ହରିଦ୍ୱାରର ନିର୍ଦେଶକ୍ରମେ ଉକ୍ତ ପ୍ରସ୍ତୁତି ବୈଠକରେ ମୁଖ୍ୟ କାର୍ଯ୍ୟବାହକ ପ୍ରଫୁଲ୍ଲ ଦାସ, ଜିଲ୍ଳା ସମ୍ପାଦକ ରଜନୀକାନ୍ତ ମହାପାତ୍ର, ପ୍ରମୋଦ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ, ଯଂଜ୍ଞର ମାହାତ୍ମ୍ୟ, କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ନେତାଜୀ ବିଷୋୟୀ, ସନ୍ତୋଷ ଜେନା ଏହା ଉପରେ ମତାମତ ସହ ଏହାଯେପରି ଶାନ୍ତି ଶୃଙ୍ଖଳାର ସହ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସଫଳ ହେବ ତା ଉପରେ ବକ୍ତବ୍ୟ ରଖିଥିଲେ। ଆବଶ୍ୟକସ୍ଥଳେ ଆଖପାଖ ଗ୍ରାମର ମୁଖିଆ, ଯୁବଗୋଷ୍ଠୀଙ୍କ ସହଯୋଗ ପାଇଁ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗାୟତ୍ରୀ ପରିବାର ତରଫରୁ ସିମାଞ୍ଚଳ ପାତ୍ର, ରଂଜିତ କୁମାର ବିଷୋୟୀ, ପାଣୁ ବାଡ଼ତ୍ୟା, ସୁଶାନ୍ତ କାଞ୍ଜିଆ, ସନ୍ତୋଷ ସାମଲ, ଯୋଗେନ୍ଦ୍ର ବାଡ଼ତ୍ୟା, ପ୍ରବୀଣ କୁମାର ଜେନା, ସୁବ୍ରତ ଜେନା, ପ୍ରେମ ବିଷୋୟୀ, ନିରାକାର ବିଷୋୟୀ, ବିଧାନ ନାୟକ, ଦଣ୍ଡପାଣି ଗୌଡ଼, ରବୀନ୍ଦ୍ର ବିଷୋୟୀ, ତୀର୍ଥବାସୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ଉପରେ ନିଜନିଜର ମତାମତ ରଖିଥିଲେ। ଶେଷରେ ନେତାଜୀ ବିଷୋୟୀ ଧନ୍ୟବାଦ ପ୍ରଦାନ ପରେ ଶାନ୍ତିପକ୍ଷଠ କରାଯାଇଥିଲା।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


