ମୋହନା ମହୋତ୍ସବ ଉଦଯାପନୀ ଉତ୍ସବ ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ ।

 


 ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ୧୩/୧୨/୨୦୨୪                  ଗଜପତି ଜିଲ୍ଲା ମୋହନା ରେ ମୋହନା ମହୋତ୍ସବ ଦୁଇ ଦିନ ଧରି ଚାଲିଥିଲା l ଆଜି ହେଉଛି ଦ୍ଵିତୀୟ ଦିବସର ଉଦଯାପନୀ ଉତ୍ସବ l ଏହି ଉତ୍ସବରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ଯୁବ ବିଧାୟକ ଈଂ.ରୁପେଶ ପାଣିଗ୍ରାହୀ ସମେତ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଅତିରିକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲମିନା ଅଧିକାରୀ, ବିଡିଓ ରାଜୀବ ଦାସ,ଦୁଇ ଜିଲ୍ଲା ପରିଷଦ ସଭ୍ୟ ଙ୍କ ସହ ଜିରାଙ୍ଗ ସ୍ଥିତ ବୁଧିଷ୍ଟ ଧର୍ମ ଗୁରିଜି ଶ୍ରୀ ପେମା ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ମୋହନା ଜୋର୍ଣ୍ଣାଲିଷ୍ଟ ୟୁନିୟନ ତରଫରୁ ବି ଡି ଓ ରାଜୀବ ଦାସ ଙ୍କୁ ଉତ୍ସବ ର ସଫଳତା ପାଇଁ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା l ମୋହନା ଜୋର୍ଣ୍ଣାଲିଷ୍ଟ ୟୁନିୟନ କୁ ବି ମୋହନା ପଞ୍ଚାୟତ ସମିତି ପକ୍ଷରୁ ଏକ ପୁରସ୍କାର ପ୍ରଦାନ କରାଯଇଥିଲା l ଶେଷରେ ସ୍ଥାନୀୟ କଳା ସଂସ୍କୃତି ନୃତ୍ୟ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇ ଉତ୍ସବ ସମାପ୍ତ ହେବା ପୂର୍ବରୁ ଜିଲ୍ଲାପାଳ ଶ୍ରୀ ଦାସ ସଫଳତା ପାଇବାକୁ ହେଲେ ଠିକ୍ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ। ଏହା ସଙ୍ଗେ ମୋହନା ବିଧାୟକ ଏବଂ ପାରଳା ବିଧାୟକ ଦୁହେଁ ଗଜପତି ଜିଲ୍ଲା ର ଉନ୍ନତି ପାଇଁ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ପ୍ରକାଶ କରିଥିଲେ। ଏହା ସଙ୍ଗେ ଏପିଡି ଶ୍ରୀ ମଣ୍ଡଳ ନିଜ କଣ୍ଠରେ ଗୀତ ଗାଇ ଲୋକଙ୍କୁ ଝୂମାଇବା ସଙ୍ଗେ ସିନେମା ଶିଳ୍ପର ପ୍ରଚ୍ଛଦପଟ୍ଟ ଗାୟକ ଗାୟିକା ମାନେ ଶୀତୁଆ ରାତିରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକ ଶୀତ କୁ ପାସୋରି ଉତ୍ସବ ଟିକୁ ଉପଭୋଗ କରିଥିଲେ।

Post a Comment

Previous Post Next Post