ଆର.ଉଦୟଗିରି ପୋଲିସର ଗ୍ରୀନ ଅପେରସନ ଜାରି

  


  ଆର, ଉଦୟଗିରି     ମୋ ନିୟୁଜ ଓଡିଶା   ୭/୧୨/୨୪/ ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ସୁନ୍ଦରଡାଙ୍ଗ ଓ କିରମା ଗ୍ରାମ ପଞ୍ଚାୟତର ଆଟଲିମା ଓ କିରମା ଗ୍ରାମରେ ଥିବା ପାହାଢିଆ ଜମିରେ 13ଏକର ବେଆଇନ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି ।  ଆର.ଉଦୟଗିରି ପୋଲିସ ସହ ଅବକାରୀ ବିଭାଗ ଓ ବନ ବିଭାଗ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କର୍ମେ ଓ ଆର. ଉଦୟଗିରି ଉପ ଆରକ୍ଷୀ ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ନୂଆଗୋଡ଼ ତହସିଲଦାରଙ୍କ ଉପସ୍ଥିତିରେ 2କୋଟି 60ଲକ୍ଷ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବେଆଇନ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚାଷ ବ୍ୟାପକ ଭାବେ ନଷ୍ଟ କରାଯିବ ବୋଲି ଆର .  ଉଦୟଗିରି ଥାନ ପକ୍ଷରୁ ସୂଚନା ମିଳିଛି।

Post a Comment

Previous Post Next Post