ଆର,ଉଦୟଗିରି ମୋ ନିୟୁଜ ଓଡିଶା :5/12(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଓକିଲ ସଂଘ ସଭାପତି ସନ୍ତୋଷ କୁମାର ପାଢ଼ୀ ଙ୍କ ନେତୃତ୍ୱ ରେ ସଙ୍ଘ ର ସମସ୍ତ ଓକିଲ ନୂତନ ଭାବେ କାର୍ଯ୍ୟ ରେ ଯୋଗ ଦେଇଥିବା ତହସିଲଦାର ଚକ୍ରଧର ପାଢ଼ୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସୂଚନା ଅନୁସାରେ କିଛି ଦିନ ଧରି ମୋହନା ତହସିଲଦାର ଙ୍କ ପଦବୀ ଖାଲି ପଡ଼ିଥିବା ହେତୁ ବହୁ ଦୂର ଦୁରାନ୍ତ ରୁ ଆସୁଥିବା ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଯାହାକି ଏବେ ନୂତନ ତହସିଲଦାର କାର୍ଯ୍ୟରେ ଯୋଗ ଦେବା ପରେ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଲକ୍ଷ ରଖିଥିବା କହିଛନ୍ତି। ହେଲେ ଲୋକଙ୍କ ଜନହିତକର ସମସ୍ୟା ଉପରେ କେତେଶିଘ୍ର ପଦକ୍ଷେପ ଗ୍ରହଣ କରିବେ ତାହା ଅଞ୍ଚଳ ବାସି ଅପେକ୍ଷା ରେ ରହିଛନ୍ତି।
Tags:
ଆଞ୍ଚଳିକ


