(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପିର୍ଟ ମୋ ନ୍ୟୁଜ ଓଡିଶା)
ମାଲକାନାଗିରି ତା ୨୨/୧୨ ମାଲକାନାଗିରି ଜିଲ୍ଲାର ଦୁର୍ଗମ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସ୍ସି-୬ ସରକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ କୁମାରୀ ଲଳିତା ଖିଲ ଜାତୀୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇ ନିଜ ଅଞ୍ଚଳରୁ ନାମକୁ ଗୌରବାନ୍ବିତ କରିଛନ୍ତି। ଚଳିତ ମାସ ୧୮ ତାରିଖରେ ଭୁବନେଶ୍ଵରରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ୧୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥି ମଧ୍ୟରୁ ଶ୍ରେଷ୍ଠ ୨୮ ଟି ପ୍ରକଳ୍ପକୁ ଜାତୀୟସ୍ତର ନିମନ୍ତେ ମନୋନୀତ କରାଯାଇଥିଲା। ଲଳିତା ଙ୍କ ପ୍ରକଳ୍ପ ମଧ୍ୟ ଜାତୀୟସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲା। ଲଳିତା ବିପର୍ଯ୍ୟୟ ପରିଚାଳନା ବିଷୟରେ ପ୍ରକଳ୍ପ ପ୍ରଦର୍ଶନ କରି ସଫଳତା ପାଇଥିଲେ । ତାଙ୍କ ପ୍ରକଳ୍ପର ନାମ ଥିଲା "ନିରାପଦ ଡ଼ଙ୍ଗା"। ଲଳିତା ଙ୍କ ଏହି ସଫଳତା ପଛରେ ସହାୟକ ଶିକ୍ଷକ ଦେବବ୍ରତ ଦାସ ପଟନାୟକ, ପ୍ରଧାନଶିକ୍ଷକ ଡମ୍ବରୁଧର ଗୋଲରୀ ଓ ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀଙ୍କ ସହଯୋଗ ଓ ପ୍ରେରଣା ରହିଥିବା ଜଣା ପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ଲଳିତାଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।


