ମାଲକାନଗିରି ମୋ ନିୟୁଜ ଓଡିଶା ତା:- ୨୩/୧୨ ଗତ କିଛିଦିନ ପୂର୍ବେ ସାଂସଦରେ ବିଜେପି ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଅମିତ ସାହା ଭାରତରତ୍ନ ଆମ୍ବେଦକର ଙ୍କ ନାମକୁ ନେଇ ବାରମ୍ବାର ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିରାଟ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଭାରତରତ୍ନ ବାବା ସାହେବ୍ ଆମ୍ବେଦକର ହେଉଛନ୍ତି ଭାରତ ସମ୍ବିଧାନ ର ପ୍ରାଣୟତା, ତାଙ୍କରି ନାମକୁ ନେଇ ଅମିତ ସାହା ଏପରି ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ଆଜି ଜିଲ୍ଳା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକର ଙ୍କ ଷ୍ଟେଚ୍ୟୁ ପାଖରୁ ବାହାରି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କୁଶ ପୁତ୍ତଳିକା ଦାହ କରିବା ପରେ ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁଣି ଏକ ବିରାଟ ରାଲିରେ ଯାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଅମିତ ସାହାଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏହି ବିକ୍ଷୋଭ ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର , ମାଲା ମାଢ଼ି, ପି କେଷୁ ରାଓ, ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି, ପ୍ରାଣକୃଷ୍ଣ ମଣ୍ଡଳ, ପର୍ଶୁରାମ ଭକ୍ତ, ସରୋଜ ପାତ୍ର, ଭିମା ବାରସେଙ୍କ ସମେତ ବହୁ ମହିଳା ନେତ୍ରୀ ଓ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
Tags:
ଆଞ୍ଚଳିକ


