ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ସାହିତ୍ୟର ଭୂମିକା ଅତୀବ ଗୁରୁତ୍ୱପୂର୍ଣ : ଉତ୍କଳିକା ବାର୍ଷିକୋତ୍ସବ


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବାଲିପଦପର ସ୍ଥିତ ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ "ଉତ୍କଳିକା"ର ବିଂଶତିତମ ବାର୍ଷିକୋତ୍ସବ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ ଭାଷା ଭବନ ପ୍ରକୋଷ୍ଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ନାଟ୍ୟକାର, ଚଳଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ମେଜର ରମା ରମଣ ପାଢ଼ୀ ଉତ୍ସବର ଶୁଭ ଉଦଘାଟନ କରି ସୁସ୍ଥ ସମାଜ ଗଠନରେ ସାହିତ୍ୟର ଏକ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ ହେତୁ ସାହିତ୍ୟିକମାନେ ଅତୀବ ସାଧୁବାଦାର୍ହ ବୋଲି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମଗତ କବି ଓ ଲେଖକ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ସଭାପତି ଆଚାର୍ଯ୍ୟ ଇଂ. ବିଚିତ୍ରାନନ୍ଦ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ-ସଚିବ ଡଃ. କୁଳମଣି ଓଝା ମୁଖ୍ୟ ବକ୍ତା ଏବଂ କବି ସୁଶାନ୍ତ ଦାଶ ଓ ଅବସର ପ୍ରାପ୍ତ ଓଡ଼ିଶା ଶିକ୍ଷା ପ୍ରସାଶକ କିଶୋର ଚନ୍ଦ୍ର ପଲାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସୁସ୍ଥ, ସୁନ୍ଦର ସମାଜ ନିମନ୍ତେ ସାହିତ୍ୟ ଅଭିପ୍ରେତ ବୋଲି ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ କବି ସୁଶାନ୍ତ କୁମାର କାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉତ୍କଳିକା ସମ୍ପାଦକ ଡଃ. ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପିତଳ, ଚନ୍ଦ୍ରିକା ଆବାସିକ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଂଗୀତ ପାରିବେପଷଣ କରିଥିଲେ।

 ଏହି ଅବସରରେ ସର୍ବଶ୍ରୀ ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ନାଟ୍ୟ ଭୂଷଣ ଇନ୍ଦ୍ରମଣି ବାରିକ,ଡଃ. ଶ୍ୟାମା ପ୍ରସାଦ ମିଶ୍ର, କିଶୋର କୁମାର ପଟେଲ, ସୁରଞ୍ଜନ ପାତ୍ର, କରମଣୀ ମହାରଣା, ଜୟ କୁମାର ମିଶ୍ର, ମୁରଲୀଧର ନାୟକ, ଗିରିଶ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ କୁମାର ସାହୁ, ମାତୃ ପ୍ରସାଦ ଶତ୍ରୁଜିତ, ବିରଞ୍ଚି ନାରାୟଣ ଦାଶ, ବିକ୍ରମାଦିତ୍ୟ ପୁରୋହିତ, ଅକ୍ଷୟ କୁମାର ସାହୁ, ଧ୍ରୁବ ଚରଣ ଘିବେଲା, କେଶବ ଚନ୍ଦ୍ର ନାୟକ, ମନୋଜ କୁମାର ଭୋଇ, ଡଃ. ତାନଶ୍ରୀ ପାଣିଗ୍ରାହୀ, ଅଭିପ୍ସା ପ୍ରିୟଦର୍ଶିନୀ, ସନ୍ଧ୍ୟାରାଣୀ ବେହେରା, ଡ଼ା. ଶୁଭଶ୍ରୀ ପ୍ରଭା ସ୍ୱାଇଁ, କାନ୍ତିଲତା ଷଡ଼ଙ୍ଗୀ ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ତ୍ରିଚତ୍ୱାରିଂଶ ସାରସ୍ୱତ ପ୍ରତିଭାଧାରଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଏବଂ ସ୍ମାରକୀ ଫଳକ ପ୍ରଦାନ ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ ସହିତ ଅନୁଷ୍ଠାନର ମୁଖପତ୍ର "ଅଭିନଵ ଉତ୍କଳିକା", ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ 'ଲଘୁ ପ୍ରବନ୍ଧ ସଂକଳନ' ଏବଂ ଉତ୍କଳିକା ଓ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଦିନ ପଞ୍ଜିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା।

କାର୍ଯ୍ୟକ୍ରମର ଦ୍ଵିତୀୟ ସୋପାନ ଥିଲା l ରାଜ୍ୟସ୍ତରୀୟ କବିତା ପାଠୋତ୍ସବ। ବରିଷ୍ଠ ସାରସ୍ୱତ ସାଧକ ହାଡିବନ୍ଧୁ ମାଳିଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି ପର୍ବରେ ସାରସ୍ୱତ ସାଧକ ଡଃ. ବନମାଳୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଡଃ. ଲକ୍ଷ୍ମୀ ନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ପାଠୋତ୍ସବ ବରିଷ୍ଠ ସାରସ୍ୱତ ସାଧକଙ୍କୁ ଅଧିକ ମାତ୍ରାରେ ଗତିଶୀଳ ଓ ନବାଗତଙ୍କୁ ଉତ୍ସାହିତ କରିଥାଏ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। କବି ଚିନ୍ମୟ ରଞ୍ଜନ ମିଶ୍ର, କବି ଶୁଭ୍ରଜିତ ସାହୁ ଏବଂ କବୀ ପଦ୍ମିନୀ ମିଶ୍ରଙ୍କ ସୁନ୍ଦର ସଂଯୋଜନା କ୍ରମେ ଶତାଧିକ କବି/କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ କୁମାର କାର୍ତ୍ତିକେଶ୍ଵର ପ୍ରଧାନ, ବି. ଗୋପାଳ ପାତ୍ର, ପ୍ରଦୀପ କୁମାର ସାହୁ, କୈଳାସ ବେହେରା, ଅଶୋକ ଦଳେଇ ପ୍ରମୁଖ କବି ସହଯୋଗ କରିଥିଲେ। ପରିଶେଷରେ କବି ତଥା ସାରସ୍ୱତ ସଂଗଠକ ଦୀନବନ୍ଧୁ ଶ୍ରୀପଲ୍ଲଵ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post