ମୋ ନିୟୁଜ ଓଡିଶା କୃଷି ଓ କୃଷକ ର ଉର୍ନତି ସହ ବିଭିନ୍ନ ଫସଲ କରିବାରେ ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଟ୍ରାଫା ଯୋଜନା ରେ କୃଷକ ଙ୍କୁ ମାଗଣା ବିହନ ବଣ୍ଟନ କରିବାର ବ୍ୟବସ୍ଥା ରହିଛି । ସେହି ଅନୁକ୍ରମେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଟ୍ରାଫା ଯୋଜନା ପକ୍ଷରୁ ମାଗଣା ଚିନାବାଦାମ ବିହନ ବୁଧବାର ଦିନ ବଣ୍ଟନ କରାଯାଇଛି । ଏହି ବ୍ଲକର ବୁରୁଝରୀ ପଂଚାୟତର ସତୁରି ଜଣ ଚାଷୀ ଙ୍କୁ ପ୍ରାୟ 20 ହେକ୍ଟର ଜମିରେ ଚିନାବାଦାମ ଚାଷ ପାଇଁ ବିହନ ମାଗଣାରେ ପ୍ରଦାନ କରାଯାଇଛି । ସ୍ଥାନୀୟ ସରପଞ୍ଚ ବିନୋଦ କୁମାର ଜେନା, ସମିତି ସଭ୍ୟା ସୁଚିତ୍ରା ମହାନ୍ତି, ସହକାରୀ କୃଷି ଅଧିକାରୀ ଦୁର୍ଗେଶ କୁମାର ପଟ୍ଟନାୟକ, ଗ୍ରାମ୍ୟ କୃଷି କର୍ମଚାରୀ କଲ୍ୟାଣୀ ପ୍ରଭା ସାହୁ, କୃଷକ ସାଥି ସୁରେନ୍ଦ୍ର ମଣ୍ଡଳ ଉପସ୍ଥିତ ରହି ଚିନାବାଦାମ ଚାଷର ପ୍ରଣାଳୀ, ଉପକାରିତା, ସାର ର ବ୍ୟବହାର ଆଦି ବିଷୟରେ ଆଲୋଚନା କରିବା ସହ ବିହନ ବଣ୍ଟନ କରିଥିଲେ । ଏହି ଗ୍ରାମର ସୁଶାନ୍ତ ଜେନା, ଚନ୍ଦ୍ର ମୋହନ ଜେନା ସହଯୋଗ କରିଥିଲେ ।
Tags:
ଆଞ୍ଚଳିକ


