(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଲିଡ୍ ସ୍ପୋଟିଂ କ୍ଲବ୍ର ଆନୁକୁଲ୍ୟରେ ପ୍ରଥମ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ମେମୋରିଆଲ୍ ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସ୍ଥାନୀୟ ମହାତ୍ମାଗାନ୍ଧି ଷ୍ଟାଡ଼ିୟମ୍ ଠାରେ ଆଜି ଉଦଘାଟିତ ହୋଇଯାଇଛି ।ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହାର ଉଦଘାଟନ କରିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଓ ଓଡ଼ିଶା ବାହାର ଦଳ ସହ ୧୨ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହାର ଫାଇନାଲ୍ ମ୍ୟାଚ୍ ତଥା ଉଦଯାପନି ଡ଼ିସେମ୍ବର ୨୫ ତାରିଖ ଦିନ ଯଥା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥିରେ ରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନିଲ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ଉଦଘାଟନ ଉତ୍ସବରେ ବିଜେପି ନେତା କାହ୍ନୁ ଚରଣ ପତି, ଟି.ଗୋପୀ,ନାରାୟଣ ପଣ୍ଡା,ଶିବ ଶଙ୍କର ସାହାଣୀ ସମେତ ସଚିବ ଇଂ. ମନୋଜ ଦଣ୍ଡପାଟ, ପରାମର୍ଶ ଦାତା ଜେ.କାମେଶ୍ବର ରାଓଙ୍କ ସମେତ ବହୁ କ୍ରିଡା ପ୍ରେମୀ ଉପସ୍ଥିତ ଥିଲେ।


