ଶବରପଲ୍ଲୀ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ।

 


ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ) - ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶବରପଲି ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି , ଏହି ଶୁଣାଣିରେ ମୋଟ 33 ଗୋଟି ଅଭିଯୋଗ ଆସିଥିବା ବେଳେ 4ଟି ବ୍ୟକ୍ତିଗତ ଅଭିଯୋଗ ଓ 29 ଟି ସାମୁହିକ ଅଭିଯୋଗ ଥିଲା,ଏବଂ ଜମିହୀନ ଲୋକଙ୍କୁ 17 ଗୋଟି ପଟ୍ଟା ପ୍ରଦାନ କରାଯାଇଥିଲା, ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ, ଏହି ଶୁଣାଣିର ମୁଖ୍ୟ ଅଭିଯୋଗ ଗୁଡିକ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ, ଅଂଚଳ ଥିବା ରାସ୍ତା, ପାନୀୟଜଳ, ନେଟୱାର୍କ ସମସ୍ୟା  ଇତ୍ୟାଦି । ତେବେ ଏଗୁଡିକ  ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post