ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠି

  


 ଗଜପତି ମୋ ନିୟୁଜ ଓଡିଶା - (ମନୋଜ ପାଢୀ)-: ଦେଶାଇ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ  ଗଜପତି ଜିଲ୍ଲା ରାୟଗଡ ବ୍ଲକ  ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗାଲଗଣ୍ଡା ଗ୍ରାମରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ମହୋଦୟ,  ସ୍ୱାସ୍ଥ୍ୟ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି  ଶୁଭା ଆରମ୍ଭ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା।

ଶ୍ରୀକାକୁଲମ ଜିଲ୍ଲାର ଯେମ୍ସ  ହସ୍ପିଟାଲର ଏକ ଡ଼ାକ୍ତର ଦଳ  ଭେଷଜ, ଚକ୍ଷୁ, ଚର୍ମ, ଦାନ୍ତ ବିଭାଗୀୟ ଡ଼ାକ୍ତର ମାନେ ଯୋଗଦେଇ ରୋଗୀଙ୍କ ରୋଗ  ଚି଼ହ୍ନଟ କରିବା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖେଲେ ଅନେକ ରୋଗରୁ ଦୂରେଇ ରହିହେବ ଓ  କିଛିବି ଅସୁବିଧା ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ଓ ସରକାରଙ୍କ ମାଗଣା ଔଷଧ ବ୍ୟବହାର କରିବା  ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବ୍ୟବହାର ନ କରିବା ଏବଂ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା ଇତ୍ୟାଦି ପରାମର୍ଶ ଦେଇ ସଚେତନ କରାଇଥିଲେ।

  ଏହି କାଯ୍ୟକ୍ରମକୁ ବରିଷ୍ଟ ସମାଜସେବୀ ତଥା ସିସିଡି ଅନୁଷ୍ଠାନର ପ୍ରୋଜେକ୍ଟ ମ୍ୟାନେଜର ବିଜୟ ପ୍ରଧାନ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦେଶାଇ ଅନୁଷ୍ଠାନର  ଆଞ୍ଚଳିକ ସଂଯୋଯିକା ଇନ୍ଦୁମତି ଦେବୀ ପରିଚାଳନା କରିଥିବା ବେଳେ ଓ ସିସିଡି ର ଅନେକ କର୍ମକର୍ତ୍ତା ସହୋଯୋଗ କରିଥିଲେ।

ଏହି ସ୍ୱାସ୍ଥ୍ୟ ଶିବିରରେ ସହେପଚାଶ ରୁ ଅଧିକ ରୋଗୀ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଓଷଧ ନେଇ  ଉପକୃତ ହେବା ସହ  ସିସିଡି ଅନୁଷ୍ଠାନକୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ଓ ଦେଶାଇ ଅନୁଷ୍ଠାନ ପକ୍ଷରୁ ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରଖିବା ପାଇଁ ଅନୁରୋଧ କରିଛନ୍ତି।

Post a Comment

Previous Post Next Post