ନେଟଙ୍ଗା ସବୁଜ ବାହିନୀର ନିଆରା ପଦକ୍ଷେପ: "ରବିବାର ଟାଇମ୍‌ପାସ୍ କାର୍ଯ୍ୟକ୍ରମ’ରେ ପରିବେଶ ସୁରକ୍ଷା ଅଭିଯାନ

 


 

ଭଞ୍ଜନଗର :ମୋ ନିୟୁଜ ଓଡିଶା ପ୍ରଦୂଷିତ ପରିବେଶ ଯୋଗୁଁ ଆଜି ସାରା ବିଶ୍ୱରେ ସୃଷ୍ଟି ହୋଇଛି ଏକ ଅପ୍ରିତିକର ହାହାକାରମୟ ପରିସ୍ଥିତି। ଅସ୍ତବ୍ୟସ୍ତ ହୋଇପଡିଛି ସାରା ଜୀବଜଗତ। ଧୂଆଁ, ଧୂଳି ଓ ପ୍ରଦୂଷିତ ବାୟୁ ଗ୍ରହଣ କରି ଅଣନିଃଶ୍ୱାସୀ ହୋଇପଡିଛି ସଂପୂର୍ଣ୍ଣ ଜୀବଜଗତ। ପ୍ରଚଣ୍ଡ ରୌଦ୍ରତାପ, ଅକାଳ ଚଡକ ତଥା ଅନୀୟମିତ ବୃଷ୍ଟିପାତ, ବଜ୍ରପାତ, ବାତ୍ୟା, ଭୂମିକମ୍ପ ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ତାଡ଼ନାରେ ଜର୍ଜରିତ ଏ ଧରଣୀ ମାତା। ଜୈବ ବିବିଧତା ଓ ପରିବେଶ ସନ୍ତୁଳନତା ହ୍ରାସ ପାଇବା ଫଳରେ ପ୍ରକୃତି ମାତା ଆଜି ଭାରସାମ୍ୟ ହରାଇଛି। ତେଣୁ ଆଜି ଦାଉ ସାଧୁଛି ଦଇବ। ମାନବିକତା ଓ ସାମାଜିକ ମୂଲ୍ୟବୋଧ ହରାଇ ବସିଛି ଏ ମାନବ ସମାଜ। ଏହି ସବୁ ସମସ୍ୟାର ମୁକାବିଲା କରିବା ପାଇଁ ତଥା ଏଥିରୁ ରକ୍ଷାପାଇବା ପାଇଁ ଅଣ୍ଟା ଭିଡିଛନ୍ତି ଏବଂ ପାଦ କାଢିଛନ୍ତି ନେଟଙ୍ଗା ଗ୍ରାମର ସବୁଜ ସଂଗ୍ରାମୀ ମାନେ। ଏହାକୁ ଦୃଷ୍ଟିରେ ରଖି ଏକ ଜୈବବିଭିନ୍ନତା ପୂର୍ଣ ତଥା ସନ୍ତୁଳିତ ଜୈବମଣ୍ଡଳ ଏବଂ ଏକ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ପ୍ରାକୃତିକ ପରିବେଶ ଗଠନର ଲକ୍ଷ ନେଇ ଆଜି ରବିବାର ଉପଲକ୍ଷେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହିନୀ। 'ରବିବାର ଟାଇମ୍ ପାସ୍‌' ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ପ୍ରକୃତିକୁ ଭଲପାଉଥିବା ଏହି ସବୁଜ ପ୍ରେମୀ ମାନେ। ସକାଳ ସମୟ ରେ ନେଟଙ୍ଗା ସବୁଜ ବାହିନୀର ସଭ୍ୟମାନେ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ପରିବେଶ ସୁରକ୍ଷା ଅଭିଯାନ ଜରିଆରେ ଗ୍ରାମ ରାସ୍ତା କଡ଼ ଓ ପୋଖରୀ ହୁଡ଼ାରେ ପଡ଼ିଥିବା ପଲିଥିନ୍‌, ପ୍ଲାଷ୍ଟିକ, ଅଳିଆ ଆଦି ସଫା କରିବା ସହିତ ଲଗାଯାଇଥିବା ସମସ୍ତ ଗଛରେ ପାଣି ଦେଇଥିଲେ। ରାସ୍ତା ପାର୍ଶ୍ୱରେ ମଳତ୍ୟାଗ ନକରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ନିବେଦନ କରିଥିଲେ।

ପ୍ରକାଶଥାଉକି ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦୁଇଥର ପ୍ରକୃତି ବନ୍ଧୁ ପୁରସ୍କାର ଏବଂ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଥିବା ବିଜ୍ଞାନ ଶିକ୍ଷକ ଦ୍ୱିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁଶାନ୍ତ କୁମାର ଲେଙ୍କା, ଅଭିମନ୍ୟୁ ପଣ୍ଡା, ଲୋକନାଥ ତ୍ରିପାଠୀ, ରଞ୍ଜିତ ପାତ୍ର ଓ ମାଧବ ନାୟକ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ରମା ବଲ୍ଲଭ ସ୍ୱାଇଁ, ରାଜେନ୍ଦ୍ର ଲେଙ୍କା, ପ୍ରଫୁଲ୍ଲ ନାୟକ, ବସନ୍ତ ନାୟକ, ବାଲ୍ୟ ନାୟକ, ସାଲୁ ନାୟକ, କାର୍ତ୍ତିକ ନାୟକ, ସଂଗ୍ରାମ ଲେଙ୍କା, ବୁଲୁ ଲେଙ୍କା, ନିତ୍ୟାନନ୍ଦ ଲେଙ୍କା, ଭୁଲା ପ୍ରଧାନ, ଅନନ୍ତ ପାତ୍ର, ଗୁରୁନାଥ ଜେନା, ବାବୁଲା ଜେନା, ଅମୂଲ୍ୟ ଲେଙ୍କା, ଆଦିକନ୍ଦ ଲେଙ୍କା, ଅଭିରାମ ସ୍ୱାଇଁ, ଦଣ୍ଡପାଣି ଲେଙ୍କା, ଦୀନବନ୍ଧୁ ପରିଡ଼ା, ନକୁଳ ପରିଡ଼ା, ନବ ପାତ୍ର, ଗିରିଧାରୀ ଲେଙ୍କା ଓ ଜୁରିଆ ମଳିକ। ନେଟଙ୍ଗା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ପାଇଁ ଶପଥଗ୍ରହଣ କରିଥିଲେ। ଉପସ୍ଥିତ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ପ୍ରତ୍ୟେକେ ରବିବାର ଦିନ ଗାଁ ପାଇଁ ଦିନଟିଏ ସମୟ ଦେବାପାଇଁ ସମ୍ମତି ପ୍ରକାଶ କରିଥିଲେ। 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post