ଅନୁଗୁରୁ ଓ କିରାମା ଅଞ୍ଚଳରୁ ୫୦.୨୫ ଏକର ଗଞ୍ଜେଇ ଗଛ ନଷ୍ଟ ।

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅନ୍ତର୍ଗତ  ଅନୁଗୁର ପଞ୍ଚାୟତର ଆମ୍ବାଝରି, ପାତିପଙ୍କା ଓ  କିରାମା  ପଞ୍ଚାୟତ  ଅଞ୍ଚଳରେ ଜଙ୍ଗଲ ପାହଡ ଅଞ୍ଚଳରେ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ସହ ମିଳିତ ସହଯୋଗରେ ଆର,ଉଦୟଗିରି ପୁଲିସ ଦ୍ବାରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସମ୍ପୂଣ୍ଣ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପୁଲିସ ବିଭାଗ ଅହରହ ଅଭିଯାନ ଚଳାଇ ଥିଲେ ମଧ୍ୟ ଗଞ୍ଜେଇ ଚାଷ ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ହେଲେ ଏ ନେଇ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୁର ଓ କିରାମା ପଞ୍ଚାୟତର  ଆମ୍ବାଝାରି, କିରାମା ପାତିପଙ୍କା ଅଞ୍ଚଳରୁ ଆର,ଉଦୟଗିରି ଥାନା S I ସୁନୀଲ କୁମାର ସେଠିଙ୍କ ନେତୃତ୍ବରେ ପୁଲିସ ଦଳ ସମେତ ଅବକାରୀ, ରାଜସ୍ବ ବିଭାଗର RI  ଓ ଜଙ୍ଗଲ ବିଭାଗ ସଦଳବଳେ ଚଢାଉ କରି ପ୍ରାୟ ୫୦.୭୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ କୋଟି ୫ ଲକ୍ଷ ଟଙ୍କାର ବବେଆଇନ ଗଞ୍ଜେଇ ଗଛ ସବୁ କାଟି ପୋଡି ନଷ୍ଟ କରି ଦିଆଯାଇଛି । ଏ ସକ୍ରାନ୍ତରେ କେହି ଗିରଫ ହୋଇ ନଥିବା ବେଳେ ଆର,ଉଦୟଗିରି ଥାନାରେ ଏନଡିପିଏସ ମାମଲା ରୁଜୁ ହୋଇଥିବା ଥାନା S I ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଉକ୍ତ ଗଞ୍ଜେଇ ଚାଷ ପୋଡି କାର୍ଯ୍ୟରେ ନୁଆଗଡ ତହସିଲିଦାର ମୋନାଲିସା ଆଚାର୍ଯ୍ୟ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ ।

Post a Comment

Previous Post Next Post