(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର : ମୋ ନିୟୁଜ ଓଡିଶା ଦୀର୍ଘ ବର୍ଷ ଧରି କାର୍ଯ୍ଯରତ ଜଣେ କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ଚାକିରୀରୁ ବହିଷ୍କାର କରି ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଏକ ଗରୀବ ପରିବାରକୁ ଦାଣ୍ଡର ଭିକାରୀ କରିଦେଇଛନ୍ତି| ସମସ୍ତ ଆବେଦନ ନିବେଦନ ସତ୍ତ଼୍େବ ଅମାନବୀୟ ଭାବେ ଜଣେ ସ଼୍ବଳ୍ପ ବେତନ ଭୋଗୀ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିବା ବିରୁଦ୍ଧରେ ଗଞାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରାଯାଇଛି|ଜଣକୁ ଚାକିରୀ ଦେଇ ନପାରିବା ବେଳେ ନିଜର ସ଼୍େବଛାଚାରୀ ନିଷ୍ପତ୍ତି ଦ଼୍ବାରା କି ଭଳି ଗୋଟିଏ ପରିବାରକୁ ସର୍ବସ଼୍ବାନ୍ତ କରା ଯାଇପାରେ ତାର ଜ୍ୱଳନ୍ତ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାଯର୍ଯକଳାପ| ତାଙ୍କର ଏହି ନିଷ୍ପତ୍ତି ପ୍ରତ୍ଯାହାର କରି କନିଷ୍ଠ କିରାଣୀ ପଙ୍କଜ କୁମାର ପାଣିଗ୍ରାହୀଙ୍କୁ ପୁନଃ ଅବସ୍ଥାପିତ କରିବାପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅଦ୍ୟ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ମହାମହିମ ରାଜ୍ଯପାଳ ଓ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ଦକ୍ଷିଣାଞ୍ଚଳ ରାଜସ଼୍ବ ଆୟୁକ୍ତଙ୍କ ଜରିଆରେ ପ୍ରଦାନ କରାଯାଇଛି|ସଭାପତି ରବି ରଥଙ୍କ ନେତୃତ଼୍ବରେ କାଯର୍ଯକାରୀ ସଭାପତି ତଥା ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା,ଉପସଭାପତି ତଥା ରାଜ୍ଯ ସେବାନିବୃତ୍ତ ବିକାଶ ମଞ୍ଚର ସଂପାଦକ ଶ୍ଯାମସୁନ୍ଦର ଖାଡ଼ଙ୍ଗା,ଓଷ୍ଟାର ଗଞ୍ଜାମର ପୂର୍ବତନ ସଂପାଦକ ତଥା ଅଭିଯାନର ସାଧାରଣ ସମ୍ପାଦକ କାମରାଜୁ ମହାରଣାଙ୍କ ସମେତ ଶିକ୍ଷକ ମହାସଂଘ ର ସଂପାଦକ ଅଶୋକ କୁମାର ଦଳାଇ, ସମାଜ ସେବୀ ମାନସ ରଞ୍ଜନ ତ୍ରିପାଠୀ,ସାମ଼୍ବାଦିକ ରଞ୍ଜନ କୁମାର ସାହୁ, ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ସମାଜସେବୀ ରାମକୃଷ୍ଣ ପାତ୍ର, କାଳୀ ଦାସ ପ୍ରମୁଖ ଉପସ୍ଥିତ ରହି ଆର୍ଡିସି ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଥିଲେ|


