ଉଦୟ ମହୋତ୍ସବ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା, ବିଧାୟକ ନାରାଜ ।

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-ଗଜପତି ଜିଲ୍ଲାରେ ଆର,ଉଦୟଗିରି ସଦର ମହକୁମା ସ୍ତିତ ମିନି ଷ୍ଟାଡିୟମରେ ମହୋତ୍ସବ ଦୁଇ ଦିନ ଧର ହେବାକୁ ଥିବା ପଞ୍ଚାୟତ ସମିତିସ୍ତରୀୟ ଉଦୟ ମହୋତ୍ସବ ଉଦଘାଟନ ହୋଇଯାଇଛି ।  ଶନିବାର  ହେଇଥିଲା ଦ୍ବତୀୟ ଦିବସର ଉଦଯାପନୀ ଉତ୍ସବ । ପ୍ରଥମ ଦିନରେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥିବା ମଶାଲକୁ ସ୍ଥାନୀୟ ପାବତୀ ମନ୍ଦିର ରଖାଯାଇଥିଲା ସେଠାରୁ ଶୁକ୍ରବାର  ଧରି ଶୋଭାଯାତ୍ରାରେ ବାହାରି ବହୁ ଆଡମ୍ବର ସହକାରେ ଉତ୍ସବସ୍ଥଳକୁ ବା ମିନି ଷ୍ଟାଡିୟମ ନିଆଯାଇଥିଲା । ପ୍ରଥମଦିନରେ ମୁଖ୍ୟ ଅତିଥି ଭାବେ  ମୁଖ୍ୟ ଅତିଥି ଭାବେ ପରବହନ, ଖଣି ଓ  ଇସ୍ପାତ ମନ୍ତ୍ରୀ  ଵିଭୂତି ଭୂଷଣ ଜେନା    ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି  ସମେତ ବ୍ଳକର ବିଭିନ୍ନ ବଭାଗୀୟ ଅଧିକାରୀ ମଞ୍ଚାସୀନ ଥିଲେ । ଉତ୍ସବର ଦୁତୀୟ ଦିନର ମୁଖ୍ୟ ଅତିଥି ଭାବେ  ମୋହନା ବିଧାୟ ଦାଶରଧି ଗମାଙ୍ଗ , ସମ୍ମାନିତ ଅତିଥି ଭାବେ  ପିଏଆଇଟିଡିଏ ଅଂଶମାନ ମହାପାତ୍ର  ଯୋଗଦେଇ ଉଦଘାଟନ କରିଥିଲେ।  ବ୍ଳକର ସମସ୍ତ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ ।  ଲୋକ କଳାର ବିକାଶ ତଥା ଗ୍ରାମଞ୍ଚଳରେ ରହୁଥିବା କଳାକାର ପ୍ରତିଭା ଲୋକ ଲୋଚନକୁ ଆଣିବା ଏହା ଏକ ପ୍ରୟାସ ବୋଲି ବିଡିଓ ଲରିମହ ଖସେଲ  ସ୍ବାଗତ ଭାଷଣରେ କହିଥିଲେ । ଉତ୍ସବକୁ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଗୀତ ନାଚ କରି ଉତ୍ସବକୁ ସରସ ସୁନ୍ଦର କରିବା ସହ ଦର୍ଶକଙ୍କୁ ଝୁମାଇ ଥିଲେ  । ମୋହନା ବିଧାୟକ ଶ୍ରୀ ଗମାଙ୍ଗ ଉତ୍ସବ ଯୋଗଦେଇ  ନିଜ  ବକ୍ତତା ଦୁଃଖ ପ୍ରକାଶ କରି  କହିଥିଲେ ଯେ ବ୍ଳକ ପ୍ରଶାସନ ବା ବିଡିଓ ଶ୍ରୀ ଖର୍ସେଲ ଉଦୟ ମହୋତ୍ସବକୁ ଅନ୍ୟ ଅତିଥିମାନଙ୍କୁ ପୂର୍ବରୁ  ନିମନ୍ତଣ କରି ଡାକିଥିଲେ । ମାତ୍ର ସ୍ଥାନୀୟ ବିଧାୟକଙ୍କୁ ନିମନ୍ତଣ କରାଯାଇ ନଥିଲା ଉତ୍ସବ ଗୋଟିଏ ଦିନ ପରେ ସ୍ଥାନୀୟ ବିଧାୟକ ଡକାଯାଇଥିଲା । ମୋର ନିର୍ବାଚନ ବ୍ଳକରେ ଉତ୍ସବ ନିମନ୍ତଣ କରିଥିଲେ । ମାତ୍ର ମୋର ନିଜ ବ୍ଳକରେ ନିମନ୍ତ୍ରଣ  ନ କରି ଉତ୍ସବ ଗୋଟିଏ ପରେ ଆସି ନିମନ୍ତ୍ରଣ  କରାଯାଉଛି ।   ଏହାକୁ ନେଇ ବିଧାୟକ  ଦୁଃଖ ପ୍ରକାଶ କରି ବିଡିଓଙ୍କୁ ବିଭିନ୍ନ କଟୁମନ୍ତବ୍ୟ ଦେଇଥିଲେ ।  ବିଡିଓଙ୍କ  ପାତରଅନ୍ତର ନିତିକୁ ନିନ୍ଦା କରିଥିଲେ । ସେ ଆହୁରି କହିଥିଲେ ପୂନବାର ଯେପରି ଏପରି ଭୂଲ ନ କରିବାକୁ ତାଗିଦ୍  କରିଥିଲେ । ଏହାପରେ ଉତ୍ସବରେ ବିଡିଓ ବିଧାୟକଙ୍କ ହାତ ଧରି ଖେମା ମାଗିଥିଲେ ହେଲେ ମଧ୍ୟ ବିଧାୟକ ଖେମା କରିନଥିଲେ । ଏହାପରେ ବିଡିଓଙ୍କ ସ୍ତ୍ରୀ ବିଧାୟକଙ୍କୁ ଖେମା ମାଗିବା ପରେ ବିଧାୟକ ରାଗ ଶାନ୍ତ ହୋଇଥିଲେ । ବିଧାୟକ ଏହାପରେ     ବିଭିନ୍ନ ପ୍ରତିଯୋଗିତାରେ ଉତ୍ତିନ ହୋଇଥିବା ଛାତ୍ରଛାତ୍ରୀ ଅନ୍ୟ ବ୍ଳକର ବିଭିନ୍ନ ବିଭାଗ ଅଧିକାରୀ ଭଲ କାମ କରିଥିବା କର୍ମଚାରୀ ମାନଙ୍କୁ  ପୁରସ୍କାର କରିଥିଲେ । ଏହି ଦୁଇ  ଦିନିଆ   ଉତ୍ସବରେ   

ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବର, ତହସିଲିଦାର ଜ୍ୟୋତିମୟ ଦାଶ,ଭାରପ୍ରାପ୍ତ ଚିକିତ୍ସାଧୀକାରୀ ନିବେଦିତା ପଣ୍ଡା, ବିଇଓ ବୀରେନ୍ଦ୍ର କୁମାର ମଣ୍ଡଳ, ସିଡିପିଓ ଲଳିତା ପୂଜାରୀ , ରାମଗିରି ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ରାମଗିରି ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟଦଶନୀ ପଟ୍ଟନାୟକ, ବିଜେପି ବ୍ଳକ ସଭାପତି ମଟୁ ଘଡେଇ,  ସ୍ଥାନୀୟ ମହାବିଦ୍ୟାଳର  ଅଧ୍ୟକ୍ଷା, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ,  ବ୍ଳକର ସମସ୍ତ ସରପଞ୍ଚ, ସମତିସଭ୍ୟ/ସଭ୍ୟା ଯୋଗଦେଇ ଥିଲେ। ବ୍ଲକର  ପିଇଓ, ସ୍ଥାନୀୟ ଯୁବକ ସଂଘ ଅନ୍ୟ କର୍ମଚାରୀମାନେ ଉତ୍ସବ ସହଯୋଗ କରିଥିଲେ ।

Post a Comment

Previous Post Next Post