ବଣ୍ଡାଘାଟିରେ ସୁଭଦ୍ରା ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ।


(ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା)

ମାଲକାନଗିରି ତା ୨୦/୧୨

ଆଜି ମାଲକାନଗିରି ଜିଲ୍ଲାର ଖଇରପୁଟ ର ମୁଦୁଲିପଡା ଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ଉପରେ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷା ରେ ମାନ୍ୟବର ବିଧାୟକ, ଚିତ୍ରକୋଣ୍ଡା ଏବଂ ମାଲକାନାଗିରି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ଆସୁଥିଲା। ଏହି ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ ବୋଲି କହିଥିଲେ। ଆଜି ଉପମୁଖ୍ୟମନ୍ତ୍ରୀଙ୍କ କୋରାପୁଟ-ମାଲକାନଗିରି ଗସ୍ତରେ ନିଜ କଥା ଅନୁସାରେ ନିଜେ ବଣ୍ଡାଘାଟି ଯାଇ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସକାଳେ ଜୟପୁରଠାରୁ ସ୍ୱତନ୍ତ୍ର କାରରେ ବଣ୍ଡାଘାଟି ମୁଦୁଲିପଡାଠାରେ ପହଁଚି ଶୀତାକୁଣ୍ଡ, ସ୍କୁଲ, ପର୍ଯ୍ୟଟନସ୍ଥଳୀ, ବଣ୍ଡା ଗାଁ ପରିଦର୍ଶନ କରିବା ସହିତ ବଣ୍ଡା ମହିଳାଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ବଣ୍ଡା ଘାଟିର ବିକାଶ ସହ ଆଦିମ ବଣ୍ଡା ଜନଜାତିଙ୍କର ଉନ୍ନତି ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବଣ୍ଡାମହିଳାମାନେ ପାରମ୍ପରିକ ବାଦ୍ୟ ଇ ଭେଷ ଭୁଷାରେ ସଜିତ ହୋଇ ନୃତ୍ୟ ଗୀତ ମାଧ୍ୟମରେ ସୀତାକୁଣ୍ଡ ନିକଟକୁ ପାଛୋଟି ନେଇଥିଲେ । ଉପ ମୁଖ୍ୟମନ୍ତ୍ରୀ ବଣ୍ଡାଙ୍କ ଆଭୂଷଣ ପରିଧାନ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦେଲେ ପ୍ରତିଶ୍ରୁତି l ବର୍ଷାକୁ ଖାତିର ନ କରି  ଲୋକେ  ଅପେକ୍ଷା କରିଥିଲେ l ବଣ୍ଡା ଘାଟିରେ ପହଁଚିଲା ପରେ ତାଙ୍କର ପରମ୍ପରା ନାଚ ଗୀତରେ ସ୍ୱାଗତ ଜଣେଇ ପାଛୋଟି ନେଇଥିଲେ ବଣ୍ଡା ଜନଜାତି l ପରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ୩ଟି ପର୍ଯ୍ୟାୟରେ ଟଙ୍କା ଛଡା ଯାଇଥିଲେ ସୁଦ୍ଧା କେତେ ବଣ୍ଡା ମହିଳା ସୁଭଦ୍ରା ଯୋଜନାରେ ବଞ୍ଚିତ ଅଛନ୍ତି l ଚତୁର୍ଥ ପର୍ଯ୍ୟାୟରେ ସେମାନଙ୍କ ନିଶ୍ଚୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଏହା ସହିତ ବଣ୍ଡା ଜନଜାତିଙ୍କୁ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଧାନ କରିଥିଲେ l ପରେ ବଣ୍ଡା ମହିଳାଙ୍କ ସହ ବ୍ୟକ୍ତିଗତ ଭାବେ ଘାଟିର ସମସ୍ୟା ବିଷୟରେ ଗୋଟି ଗୋଟି କରି ପଚାରି ବୁଝିଥିଲେ l ପାନୀୟ ଜଳ, ରାସ୍ତା ଘାଟ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀ l ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ପଚାଶ ହଜାର ଟଙ୍କା ପ୍ରଧାନ କରାଯିବା ବୋଲି କହିଥିଲେ l ଅଧିକ ପଚାଶ ହଜାର ମିଳିବା ଦ୍ୱାରା ଆବାସ ହିତାଧିକାରୀ ବେଶ ଉପକୃତ ହେବେ ବୋଲି କହିଛନ୍ତି l ଏହାପରେ ବଣ୍ଡାଘାଟି  ସ୍ଥିତ ପ୍ରସିଦ୍ଧ ସୀତା କୁଣ୍ଡ ପରିଦର୍ଶନ କରି ମା’ସୀତା ଓ ସେଠାରେ ଥିବା ଶ୍ରୀରାମ ମନ୍ଦିର ଯାଇ  ପୂଜାର୍ଚ୍ଚନା କରିଥିଲେ l ସୀତା କୁଣ୍ଡକୁ ସାମଗ୍ରିକ ବିକାଶ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

Post a Comment

Previous Post Next Post