ଖ୍ରୀଷ୍ଟିୟାନ ଯୁବ ସମାଜ ପକ୍ଷରୁ ସ୍ଵର୍ଗତଃ ଶ୍ରୀ Rev.Pastro କିଶୋର ଚନ୍ଦ୍ର ଦିଗlଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି


ଆର,ଉଦୟଗିରି  ମୋ ନିୟୁଜ ଓଡିଶା :24/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଅନୁଗ୍ରହ ପୀଠରେ ମୋହନା ବ୍ଲକର ପାଣ ଖ୍ରୀଷ୍ଟିୟାନ ଯୁବ ସମାଜ ତରଫରୁ ଓଡ଼ିଶାର ସୁନାମଧନ୍ୟ, ଆମର ଗର୍ବ ଓ ଗୌରବ ସ୍ଵର୍ଗତଃ ଶ୍ରୀ Rev.Pastor. କିଶୋର ଚନ୍ଦ୍ର ଦିଗlଲଙ୍କ ବିୟୋଗରେ ଶୋକ ପ୍ରକାଶକରି ତାଙ୍କୁ ସୁସମ୍ମାନ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହି କାଯ୍ୟକର୍ମ ରେ ଉକ୍ତ ସମାଜର ସଭାପତି ଶ୍ରୀ ହରି ଚନ୍ଦନ ବେହେରା ,ଉପସଭାପତି ଶ୍ରୀ ସମ୍ପତ୍ କୁମାର ନାୟକ, କୋଷାଧ୍ୟକ୍ଷ ଶ୍ରୀ ଆଶିକ କୁମାର ନାୟକ, ଉପଦେଷ୍ଟା ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପଦେଷ୍ଟା ଶ୍ରୀ ଆହ୍ଵାନ କୁମାର ନାୟକ, ସଂଯୋଜକ ଶ୍ରୀ ଦାସ ନାୟକ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଏହି ସାମାଜ ତରଫରୁ ଇଶ୍ବରଙ୍କ ଦାଶ ସ୍ଵର୍ଗତ କିଶୋର ଚନ୍ଦ୍ର ଦିଗାଲଙ୍କ ପରିବାରଙ୍କୁ ସାନ୍ତନl ଜ୍ଞାପନ କରାଯାଇଛି l ଏହାସହ ଏହି  ଖ୍ରୀଷ୍ଟିୟାନ ଯୁବ ସମାଜ ଉକ୍ତ କିଶୋର ଦିଗାଲ ଭଲି ସୁସମାଚାର ବକ୍ତlଙ୍କୁ ପୁଣି ଖ୍ରୀଷ୍ଟିୟାନ ସାମାଜ ପାଇଁ ପ୍ରେରଣ କରିବା ପାଇଁ ପ୍ରଭୁ ଯୀଶୁ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l ତlସହ ତାଙ୍କ ପରିବାରଙ୍କୁ ସର୍ବଦା ଶାନ୍ତି ଓ ଆନନ୍ଦରେ ରଖିବା ନିମନ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି l ଏହି ବକ୍ତି ଗଜପତି ଜିଲ୍ଲାର ବିଭିନ୍ନ ମଣ୍ଡଳୀରେ ପ୍ରଭୁ ଯୀଶୁଙ୍କ ସୁଷମାଚାର ପ୍ରଚାର କାର୍ଯ୍ୟ କରିଥିଲେ l ଏଣୁ ତାଙ୍କର ଆତ୍ମା ର ଶାନ୍ତି ନିମନ୍ତେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l

Post a Comment

Previous Post Next Post