ଗାଈ କୁ ମାରିଖାଇଲା ମହାବଳ, ଆତଙ୍କରେ ପୁରା ଅଂଚଳ l

 


ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ 

ତାରିଖ -12/11/2024

ଆଙ୍କର - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତ ଜାନିଆମ୍ବ ଗାଁରେ ଦେଖିବାକୁ ମିଳିଛି ବାଘ ଆତଙ୍କ, କିଛି ଦିନ ପୂର୍ବେ ଏକ ମହାବଳ ବାଘ ମହାରାଷ୍ଟ୍ରରୁ ଆସି ଘୁମୁସର ବନଖଣ୍ଡ ଅଂଚଳରେ ଆତଙ୍କ ଖେଳାଇ ଥିଲା, ପରବର୍ତୀ ସମୟରେ ଚନ୍ଦ୍ରଗିରି ରେଞ୍ଜ ଢ଼େପାଗୁଡା ପଞ୍ଚାୟତ ରେ ଏକ ଗାଈକୁ ମାରିଖାଇଥିଲା, ଦୁଇଦିନ ପୂର୍ବେ ଚିକିଟି ମା ବାଳକୁମାରୀ ମନ୍ଦିର ପାହାଡ଼ରେ ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିଥିଲା, କିନ୍ତୁ ଆଜି ପୁଣି  ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ ଜାନିଆମ୍ବ ଗାଁରେ ବିଳମ୍ବିତ ରାତିରେ ଏକ ଗାଈକୁ ମହାବଳ ବାଘ ମାରି ଗାଆଁ ଠାରୁ ମାତ୍ର 200 ରୁ 300 ମିଟର ଝରଣା  ନିକଟକୁ ନେଇ ଗାଈର ଅର୍ଦ୍ଧ ଶରୀରକୁ ଖାଇଦେଇଥିଲା, ତେବେ ପରଦିନ ଗ୍ରାମବାସୀ ମୃତ ଗାଈକୁ ବାଘ ଖାଇଥିବା ସନ୍ଦେହ କରି ବନ ବିଭାଗକୁ ଜଣେଇଥିଲେ, 

ତେବେ ବନ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଂଚି ବାଘର ପାଦ ଚି଼ହ୍ନକୁ ଚିହ୍ନଟ କରିଛନ୍ତି, ତେବେ ବାରମ୍ବାର ଅଂଚଳର ବାଘ ଗୋରୁ, ଗାଈ, ଛେଳି ମାରି ଖାଉଥିବା ବେଳେ ଅଂଚଳ ବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

Post a Comment

Previous Post Next Post