(ମୋ ନ୍ୟୁଜ ଓଡ଼ିଶା)
ବୁଗୁଡ଼ା ,୬/୧୧/୨୪(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳିଠାରୁ ପୂଜା ପାଇ ଆସୁଥିବା ମା କାଳୀଙ୍କ ବିସର୍ଜନ ଉତ୍ସବ ବୁଧବାର ଦିନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଜଣା ଓ ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦିଆଯାଇଥିଲା । ସେହିପରି ଗୋଲିଆ ଗ୍ରାମରେ ମା ଶ୍ଯାମାକାଳୀଙ୍କ ଭସାଣି ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉଭୟ ସ୍ଥାନରେ ପୁରୋହିତମାନଙ୍କ ଦ୍ବାରା ମା’ଙ୍କ ପୂଜାର୍ଚ୍ଚନା ଯଥା ରୀତିନୀତି ପ୍ରକାରେ ସମ୍ପନ୍ନ ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।
Tags:
ଆଞ୍ଚଳିକ


