ମୋ ନିୟୁଜ ଓଡିଶା
ଟ୍ରାକ୍ଟର ଚକା ତଳେ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଚାଳକ ଆର,ଉଦୟଗିରି ଥାନାର ମହୁଲପଦା ଗାଁର ତ୍ରିନାଥ ରଇତ(27) । ଅଞ୍ଚଳବାସୀ ସୁଣିବାକୁ ମିଳିଛି ଯେ ଶୁକ୍ରବାର ରାତିରେ ତ୍ରିନାଥ ଟ୍ରାକ୍ଟର ନେଇ କୌଣସି କାମରେ ଥୁଣ୍ଟାରାଜ ଗାଁକୁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ସମୟରେ ମଝି ସାହି ଘାଟି ବୁଲାଣି ରାସ୍ତାରେ କୌଣସି କାରଣରୁ ସେ ଟ୍ରାକ୍ଟରରୁ ଖସି ପଡି କଚା ତଳେ ଚାପିହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଆର,ଉଦୟଗିରି ପୁଲିସକୁ ଜଣାଇଥିଲେ । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରିହିଥିବା ବିଷୟ ନେଇ ଆର,ଉଦୟଗିରି ପୁଲିସ ଅଧିକାରୀ କହିଛନ୍ତି ।
Tags:
ଆଞ୍ଚଳିକ