ଜିଲ୍ଲା ଭାଜପା ପକ୍ଷରୁ ସଂଗଠନ ପର୍ଵ କାର୍ଯ୍ୟକ୍ରମ ଆୟୋଜିତ

ଗଜପତି ମୋ ନିୟୁଜ ଓଡିଶା (ମନୋଜ ପାଢୀ/୫/୧୧/୨୪

ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସଂଗଠନ ପର୍ବ ତଥା ଜିଲ୍ଲା ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।


ଭାଜପା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ କେ: ନାୟରଣ ରାଓ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସଂଗଠନ ପର୍ବ ପ୍ରଭାରୀ ତଥା ଆସିକା ସାଂସଦ ଅନିତା ଶୁଭଦର୍ଶୀନି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସଙ୍ଗଠନ ପର୍ବ ଜିଲ୍ଲା ରିଟର୍ଣିଂ ଅଧିକାରୀ କାଳୀରାମ ମାଝୀ , ସଦସ୍ୟତା ଅଭିଯାନ ପ୍ରଭାରୀ ଟି: ଗୋପୀ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଇ: ପ୍ରଶାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ ।


ସମସ୍ତ ନିମନ୍ତ୍ରିତ ଅତିଥି ତଥା ପ୍ରଭାରୀ ଗଜପତି ଜିଲ୍ଲା ସାଂଗଠନିକ ଉଭୟ ଅନଲାଇନ୍ ଓ ଅଫ ଲାଇନ ସଦସ୍ୟତା ଅଭିଯାନ , ସାଂଗଠନିକ ନିର୍ବାଚନ , ଦଳୀୟ କାର୍ଯ୍ୟକ୍ରମ ର ସକ୍ରିୟତା ନେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।


ଏହି ସଂଗଠନ ପର୍ବ କର୍ମଶାଳା କାର୍ଯ୍ୟକ୍ରମରେ ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି ତଥା ଶତାଧିକ ନେତୃବୃନ୍ଦ ଯୋଗ୍ ଦେଇଥିବା ବେଳେ ସାଧାରଣ ସମ୍ପାଦକ କାମଦେବ ବଡନାୟକ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post