୧୦୪ କିଲୋ ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ ଗିରଫ।


 ଆର, ଉଦୟଗିରି ମୋ ନିୟୁଜ ଓଡିଶା :22/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପେଟ୍ରୋଲିଁ ଜୋର୍ ଯାର ରେ ଚାଲିଛି। ଯାହାକୁ ନେଇ ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ରେ ଦୁର୍ଗମ ଅଞ୍ଚଳ ଗରଡମା ଗ୍ରାମ ପଞ୍ଚାୟତ ଗୋପିନାଥପୁର ଛକ ରେ ଏକ ବୋଲେରୋ ପୀକ ଅପ୍ ଗାଡ଼ି କୁ ଅଟକାଇ ଯାଞ୍ଚ କରଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରେ ଗଞେଇ ଥିବା ଦେଖିବାକୁ ପାଇଥିଲେ। ଏକଜୁଟିଭ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗଞ୍ଜେଇ ଓଜନ କରାଯାଇଥିଲା ଯାହାର ପରିମାଣ ୧୦୪ କିଲୋ ହୋଇଥିଲା। ଜବତ ଗଞ୍ଜେଇ ଗଞ୍ଜାମ ଜିଲ୍ଲା କୁ ଚୋରାଚାଲାଣ କରାଯାଉଥିବା ବେଳେ ଶିବରାମ ପ୍ରଧାନ ଓ ଜଗଦୀଶ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଡବା ପୋଲିସ୍। ଜବତ ଗଞେଇ ର ଆନୁମାନିକ ବଜାର ଦର ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Post a Comment

Previous Post Next Post