(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସ୍ଥାନୀୟ ଲାଞ୍ଜିପଲ୍ଲି ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଷୋଡ଼ଶ ବାର୍ଷିକ ଖେଳକୁଦ ସମାରୋହ ମହାଆଡମ୍ବରରେ ଉଦଯାପିତ ହୋଇଯାଇଛି । ଏଥି ପାଇଁ ଆୟୋଜିତ ଉଦଯାପନୀ ସଭାରେ ସଭାପତିତ୍ବ କରି ଅନୁଷ୍ଠାନ ର ନିର୍ଦ୍ଦେଶକ ଈଂ. ଅଶୋକ କୁମାର ପାଳ ବିଦ୍ୟାଳୟରେ ଖେଳକୁଦ ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରିଥିଲେ ।ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ବନମାଳୀ ସେଠୀ ଓ ସମାଜସେବୀ ସରୋଜ କୁମାର ସାବତ ନିଜନିଜ ବକ୍ତବ୍ୟ ରେ ସାଂପ୍ରତିକ ସ୍ଥିତିରେ ଖେଳକୁଦ ର ଗୁରୁତ୍ଵ ଓ ଏହାର ପ୍ରଗତିରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଭୂମିକା ସମ୍ପର୍କେ ଆଲୋଚନା କରିବା ସହ ବିଜେତା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହା ସହିତ ମଞ୍ଚରେ ପ୍ରଶାସକ ରବିପ୍ରସାଦ ସାହୁକାର ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ରଥ ଓ ପ୍ରାତଃ ଅଧିବେଶନ ପ୍ରମୁଖ ସାଗରିକା ବରାଡ ମଞ୍ଚାସିନ ହୋଇ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ପ୍ରଶାନ୍ତ ଚନ୍ଦ୍ର ମାଥାନ ଓ ସୁମାନି ଗୌଡ଼ ଙ୍କ ତତ୍ୱାଧାନ ରେ ଏହି ଖେଳକୁଦକୁ କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିବାବେଳେ ରଶ୍ମିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିନି ଦିନ ଧରି ଚାଲି ଆସିଥିବା ଏହି ଖେଳକୁଦ ସମାରୋହ ରେ ୩୮୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ୧୮୦ ଜଣ ଶିଶୁ ପୁରସ୍କୃତ ହୋଇଥିଲେ । ଏଥିରେ ଦୌଡ଼, ଡ଼ିଆଁ ,ଫିଙ୍ଗା ର ବିଭିନ୍ନ ଖେଳ ହୋଇଥିଲା ।