ସରକାରୀ ଅର୍ଥ ମିଥ୍ୟା ବିଲ୍ କରି ଆତ୍ମସାତ, ମିଳିମିଶି ଖାଇଗଲେ ୧୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା !


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ପୋଲସରା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ପଞ୍ଚାୟତରେ ଏନ୍ଆରଜିଏସ୍ କାର୍ଯ୍ଯରେ ବ୍ୟାପକ ଅନିୟନିତତା ସାଙ୍ଗକୁ ସରକାରୀ ଅର୍ଥ ହଡ଼ପ ହୋଇଥିବା ଜଣାପଡିଛି ! ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟା, କାର୍ଯ୍ଯନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ, ରାଜ୍ୟ ସ୍ତରୀୟ ସୂଚନା ଅଧିକାର କର୍ମୀଙ୍କ ସହ କିଛି ଜନପ୍ରତିନିଧି ଏହି ଅର୍ଥ ହେରଫେର ରେ ସାମିଲ ହୋଇଥିବା ଶୁଣିବାକୁ ମିଳୁଛି। ତୁରନ୍ତ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏହି କାର୍ଯ୍ଯ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲିି ସୂଚନା ଅଧିକାର କର୍ମୀ ଓ ଗ୍ରାମର କିଛି ସମାଜସେବୀଙ୍କ ପାଖରୁ ଶୁଣିବାକୁ ମିଳିଛି। ସୂଚନା ମୁତାବକ ଉପରସ୍ଥ ସମସ୍ତେ ମିଳିମିଶି ସରକାରୀ ଅର୍ଥକୁ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଶୁଣାଯାଉଛି। ଗ୍ରାମର ବିକାଶ ମୂଳକ କାର୍ଯ୍ୟଲାଗି ଗିରି ପାହାଡ଼ ଓ ଗିରିଶୋଲା ପାହାଡ଼ ନାମରେ ୧୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥ ଆସିଥିବା ବେଳେ କାର୍ଯ୍ୟ ନକରି ମିଥ୍ୟା ବିଲ୍ କରିଥିବା  ଜଣାପଡିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଗିରିଶୋଲା ପାହାଡ଼ରେ ପଶୁ ଜନ୍ତୁଙ୍କ ନିମନ୍ତେ ପାଣି ପିଇବା ପାଇଁ ଗାଡ଼ିଆ ଖୋଳିବା ସକାଶେ ୧୦  ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗୋଟିଏ ମଧ୍ୟ ଗାଡ଼ିଆ ଖୋଳା ଯାଇନଥିବା ଏବଂ ଗିରି ପାହାଡ଼ ନିମନ୍ତେ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥ ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି ।  ସେହି ପାହାଡ଼ରେ ପୂର୍ବ ବର୍ଷରେ ହୋଇଥିବା ୫୦ ରୁ ଉର୍ଦ୍ଧ ପୁରୁଣା ଗାଡ଼ିଆକୁ ଦେଖାଇ ଅର୍ଥ ଆତ୍ମସାତ କରିଥିବା ଜଣାପଡିଛି। ଏହି ଦୁଇ ଗୋଟି କାମରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମିଥ୍ୟା ବିଲ୍ କରି ଅର୍ଥ ଆତ୍ମସାତ କରାଯାଇଥିବା ଶୁଣିବାକୁ ମିଳୁଛି। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳ  କୈାଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଅଦାଲତ/ଲୋକାୟତର ଆଶ୍ରୟ ନିଆଯିବ ବୋଲି ଶୁଣିବାକୁ ମିଳୁଛି।

Post a Comment

Previous Post Next Post